95

ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ

ମୁନିଗୁଡା,୧୪/୩ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ଭୈରବୀ ମନ୍ଦିର ନିକଟସ୍ଥ ଖେଳ ପଡିଆ ଠାରେ ଗୁଣ୍ଡିଚା ନଗର କ୍ରିକେଟ କ୍ଳବ ଦ୍ୱାରା ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଜିଲ୍ଲା ବିଜେଡି ସମ୍ପାଦକ ପୂର୍ଣଚନ୍ଦ୍ର ଗୌଡ଼,ସମ୍ମାନିତ ଅତିଥିଭାବେ ମହାବିଦ୍ୟାଳୟର କ୍ରୀଡା ଅଧ୍ୟାପକ ତଥା ମୁନିଗୁଡା କ୍ରିକେଟ ଆସୋସିଏସନର ବରିଷ୍ଠ ଉପଦେଷ୍ଟା ଚତୃର୍ଭୁଜ ବନଛୋର, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଅନିଲ ତାରିଣୀ,ବିଶିଷ୍ଟ ବ୍ୟବସାୟୀ ରଞ୍ଜନ କୁମାର ପାତ୍ର ପ୍ରମୁଖ ଯୋଗଦେଇ ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ l ଉଦଘାଟନୀ ମ୍ୟାଚ ବିଷମକଟକ ଓ ହନୁମନ୍ତପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ମ୍ୟାଚରେ ବିଷମକଟକ ଦଳ ବିଜୟ ହାସଲ କରିଥିଲେ l ଏହି ମ୍ୟାଚ 15 ଓଭର ମ୍ୟାଚ ଖେଳାଯାଉଥିବା ବେଳେ ଉକ୍ତ ମ୍ୟାଚକୁ ଅମ୍ପାୟାର ଭାବେ ମନ୍ମଥ ରାଉତ ଓ ବାବାମଣି ସାହୁ କାର୍ଯ୍ୟ ତୁଲାଇଥିଲେ l ଏହି ଟୁର୍ନାମେଣ୍ଟରେ ମୁନିଗୁଡା,ରାୟଗଡା,ବିଷମକଟକ, ଚାଟିକଣା ହନୁମନ୍ତପୁର, ଝିଗିଡି, ଦହିଖାଲ,କୋଟଗଡ଼, ଲାଞ୍ଜିଗଡ଼, ଅମ୍ବାଦଳା ସହ ମୋଟ 18 ଟି ଦଳ ଭାଗନେଇଛନ୍ତି ଏବଂ ଆସନ୍ତା 22 ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବବୋଲି ଜଣାପଡିଛି l ଉକ୍ତ ଟୁର୍ନାମେଣ୍ଟକୁ ଗୁଣ୍ଡିଚା ନଗର କ୍ରିକେଟ କ୍ଳବର ମନ୍ମଥ ରାଉତ, ବାବାମଣି ସାହୁ,ଶ୍ରୀକାନ୍ତ ପଟ୍ଟନାୟକ,ପଞ୍ଚାନନ ସାହୁ,ସୁନିଲ ତାରିଣୀ,ରଶ୍ମିରଞ୍ଜନ ମାଲିକ,ଗୌରବ ପ୍ରଧାନ,ଅଜିତ ଗୌଡ଼,ହରିଶ ବନଛୋର,ସୁନିଲ ଶବର ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ପରିଚାଳନା ଓ ସହଯୋଗ କରୁଛନ୍ତି l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!