106

ରମାକାନ୍ତ ଗୌଡ଼ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ , ରାୟଗଡା ଦଳ ବିଜୟୀ

ମୁନିଗୁଡା,:୧୫/୩(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଆଗୁଳ ଗ୍ରାମ ଠାରେ ରମାକାନ୍ତ ଗୌଡ଼ ମେମୋରିଆଲ ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି l ଏହି ଫାଇନାଲ ମ୍ୟାଚ ରାୟଗଡା ଓ ଗୁଣୁପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଗୁଣୁପୁର ଦଳ ପ୍ରଥମେ ବେଟିଙ୍ଗ କରି ନିର୍ଦ୍ଧାରିତ 15 ଓଭରରେ 90 ରନ କରିଥିବା ବେଳେ ଏହି ରନକୁ ପିଛାକରି ରାୟଗଡା ଦଳ 4 ବିକେଟ ହରାଇ ବିଜୟ ହାସଲ କରିଥିଲା l ମୁଖ୍ୟ ଅତିଥିଭାବେ କମିଟିର ସଭାପତି ଡମ୍ବୁରୁଧର ପ୍ରଧାନ,ସରପଞ୍ଚ ଗୌରାଙ୍ଗ ପିଡିକାକା,କମିଟିର ସର୍ବଶୀ ଅଜିତ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ବିଜୟୀ ରାୟଗଡା ଦଳକୁ ଟ୍ରଫି ସହ ଆର୍ଥିକ ପୁରସ୍କାର ଏବଂ ରନର୍ସଅପ ଗୁଣୁପୁର ଦଳକୁ ମଧ୍ୟ ଟ୍ରଫି ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ l ଗ୍ରାମାଞ୍ଚଳରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟର ଚିତାକର୍ଷକ ଫାଇନାଲ ମେଚ ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଖେଳ ପ୍ରେମୀମାନେ ଉପସ୍ଥିତ ରହି ଖେଳର ଭରପୁର ମନୋରଞ୍ଜନ କରିଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!