ବ୍ରହ୍ମପୁର,୧୯/୩(ମନୋଜ କୁମାର ପାତ୍ର):ପ୍ରତି ବର୍ଷ ମାର୍ଚ୍ଚ ମାସ ୨୦ ତାରିଖକୁ ବିଶ୍ବ ଘରଚଟିଆ ଦିବସ ରୂପେ ପାଳନ କରାଯାଏ। ଘର ଚଟିଆର ସୁରକ୍ଷା ତଥା ସଂରକ୍ଷଣ ଲାଗି ଏହି ଦିନଟି ସମର୍ପିତ।ଏମାନଙ୍କୁ ସୁରକ୍ଷା ଓ ସଂରକ୍ଷଣ କରିବା ବିଭିନ୍ନ ସ୍ଥାନରେ ସୁରକ୍ଷା ଓ ଜନସଚେତନତା କାରଣରୁ ବିଲୁପ୍ତ ଘରଚଟିଆ ପକ୍ଷୀର କଳରବ ପୁଣି ଥରେ ଗାଁ ଦାଣ୍ଡରେ କିଚିରି ମିଚିରି ମୁଖରିତ ହୋଇଛି । ମୁଁ ମୋ କଳା ମାଧ୍ୟମରେ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରୁଛି ଯେ, ଏହି ପକ୍ଷୀମାନଙ୍କୁ ସୁରକ୍ଷା ଓ ଗ୍ରୀଷ୍ମର ତାତିରୁ ରକ୍ଷା କରିବା ତଥା ତୃଷ୍ଣାରେ ଜୀବଜଗତ ଆଉଟୁ ପାଉଟୁ ,ଆସନ୍ତୁ ଆମ ଘର ଦାଣ୍ଡ ଦୁଆରେ ଓ ଛାତ ଉପରେ ଘରଚଟିଆ ଓ ଅନ୍ୟ ପକ୍ଷୀର ଜଗତ କୁ ରକ୍ଷା କରିବା ପାଈଁ ଜଳ ପୂର୍ଣ୍ଣ ପାତ୍ର ରଖିବା।ନିଜକୁ ଖୁସି ଅନୁଭବ କରିବା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |