Odian News
49

ଆଜି ଝାରସୁଗୁଡ଼ା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଝାରସୁଗଡ଼ା,୨୧/୦୩:    ରାଷ୍ଟ୍ରପତି    ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନରୁ ଉହ୍ଲାଇ ହେଲିକେପ୍ଟର୍‌ରେ ରାଉରକେଲା ଯିବେ ଓ ପୁଣି ସେଠାରୁ ଆସି ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଫେରିବେ । ରାଷ୍ଟ୍ରପତିଙ୍କ ଏହି କାର୍ଯ୍ୟକ୍ରମ ପାଇଁ ଝାରସୁଗୁଡ଼ା ବିମାନ ବନ୍ଦରରେ ବିଶେଷ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହିତ ୭ ପ୍ଲାଟୁନ୍‌ ଫୋର୍ସ ଓ ଏସ୍‌ଓଜି ଯବାନଙ୍କୁ ମୁତୟନ କରାଯାଇଛି । ରାଷ୍ଟ୍ରପତି ୯ଟା ୪୫ ମିନିଟରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ । ୯.୫୫ରେ ହେଲିକେପ୍ଟର୍‌ ଯୋଗେ ବାହାରି ୧୦ଟା ୪୫ ମିନିଟରେ ରାଉରକେଲାରେ ପହଞ୍ଚିବେ । ସେହିପରି ରାଉରକେଲା ଏୟାର୍‌ଷ୍ଟ୍ରିପ୍‌ରୁ ୪.୫୦ରେ ବାହାରି ୫.୩୦ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ । ଝାରସୁଗୁଡ଼ା ବିମାନ ବନ୍ଦରରୁ ୫.୪୦ରେ ବାହାରି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!