36

ଫିଲ୍ମ ଲେଖକ ଓ ଫିଲ୍ମ ମେକର ସାଗର ସରହଦିଙ୍କ ପରଲୋକ

ମୁମ୍ବାଇ,୨୨।୩: ବଲିଉଡ ଇଣ୍ଡଷ୍ଟ୍ରୀକୁ  ଚାନ୍ଦିନୀ, କଭି-କଭି ଓ ସିଲସିଲା ଭଳି ଫିଲ୍ମ ଦେଇଥିବା ଲେଖକ ଓ ଫିଲ୍ମ ମେକର ସାଗର ସରହଦିଙ୍କ ପରଲୋକ। ତାଙ୍କର ମୃତ୍ୟୁ ଖବର ସାମନାକୁ ଆସିବା ପରେ ସୋସିଆଲ ମିଡିଆରେ ଫିଲ୍ମଷ୍ଟାରମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଦେଇଛନ୍ତି। ସେ ମୁମ୍ବାଇର ସାୟନ ଅଞ୍ଚଳରେ ଥିବା ନିଜ ଘରେ ୮୮ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଏହାପରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି। ଫିଲ୍ମ ନିର୍ମାତା ହଂସଲ ମେହେତା ସୋସିଆଲ ମିଡିଆରେ ସାଗର ସରହଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ସାଗର ସରହଦୀଙ୍କ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ ସାଗର ସରହଦୀ ସାହେବ। ପରିବାର ଦ୍ବାରା ମଧ୍ୟାହ୍ନରେ ସାଗର ସରହଦୀଙ୍କ ଅନ୍ତିମ ସଂସ୍କାର କରାଯିବ। ସାଗର ଚାନ୍ଦିନୀ, ସିଲସିଲା ଓ କଭି ଭଳି ଭଳି ଫିଲ୍ମରେ କାମ କରିସାରିଛନ୍ତି। ତାଙ୍କର ଜନ୍ମ ୧୧ ମଇ ୧୯୩୩ ରେ ପାକିସ୍ତାନରେ ହୋଇଥିଲା। କଠିନ ପରିଶ୍ରମ ପରେ ସେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିପାରିବେ। ୟଶ ଚୋପ୍ରାଙ୍କ ‘କଭି କଭଳି’ରୁ ସାଗର ସରହଦୀଙ୍କୁ ପରିଚୟ ମିଳିଥିଲା। ଫିଲ୍ମରେ ରାକ୍ଷୀ ଓ ଅମିତାଭ ବଚ୍ଚନଙ୍କ ଯୋଡି ଦେଖିବାକୁ ମିଳିଥିଲା। ସେଭଳି ସ୍ମିତା ପାଟିଲ, ଫାରୁକ୍ ଶେଖ୍ ଓ ନସିମୁଦ୍ଧିନ ଶାହଙ୍କ ଅଭିନୀତ ‘ବାଜାର’ରୁ ସେ ନିର୍ଦେଶରେ ପାଦ ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!