48

ବତୀଘରକୁ ପର୍ଯ୍ୟଟନ ମାନ୍ୟତା କେବେ ?

ମହାକାଳପଡା ୨୨/୩ : କେନ୍ଦ୍ରାପଡା ଜିଳ୍ଲା ମହାକାଳପଡା ବ୍ଲକ ମହାନଦୀ ମୁହାଣ ର ଏକ ଦ୍ୱୀପାଅଂଳ ବତୀଘର ସମୁଦ୍ର କୂଳରୁ ଲାଗି ରହିଥିବା ଏହି ଅଂଚଳ ଦିନେ ଥିଲା ଘଞ୍ଜ ଲୁଣା ଜଙ୍ଗଲରେ ପରିପୂର୍ଣ୍ଣ ଏ ଅଂଚଳର ଚାରି ପଟେ ଘେରି ରହିଛି ନଦୀ ଆଉ ସମୁଦ୍ର ।ଏହାର ପୂର୍ବରେ ବଙ୍ଗୋପସାଗର ଥିବା ବେଳେ ଦକ୍ଷିଣରେ ମହାନଦୀ ଆସି ସମୁଦ୍ରରେ ମିଶିଛି ।ଆଉ ପଶ୍ଚିମ ଉତ୍ତର ଦିଗରେ ରହିଛି ଖୋଳା ନଦୀ ।ଏହି ଅଂଚଳଟିକୁ ଇଂରେଜମାନଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା ବିଦେଶରୁ ଭାରତକୁ ଆସୁଥିବା ଜାହାଜ ସବୁ ହଳଦିଆ ନଦୀ ବନ୍ଦର ଦେଇ କଲିକତା ଆସେ ।ଅନେକ ଜାହାଜ ଦିଗ ହରା ହୋଇ ବଙ୍ଗୋପ ସାଗର ବାଟେ ମହାନଦୀ ମୁହାଣକୁ ପଶି ଆସନ୍ତି ।ଫଳରେ ବଙ୍ଗୋପ ସାଗରର ବିପଦପୂର୍ଣ୍ର ଅଂଚଳରେ ଦୂର୍ଘଟଣା ଗ୍ରସ୍ତ ହୋଇ ବୁଡି ଯାଆନ୍ତି ।ଏହି କାରଣରୁ ଜନ୍ ବିମ ସାହେବ ,ହୁକି ୱାର୍କର ମିଷ୍ଟର ଏମ ରାଇଟ ଓ ରାଇଟ ବ୍ରଦର ଏହି ସ୍ଥାନରେ ବତୀଘର ନିର୍ମାଣ କରିଥିଲେ ।୬ ଡିସେମ୍ବର ୧୮୩୬ ମସିହାରେ ନିର୍ମାଣ ଆରମ୍ବ ହୋଇ ୧୬ ଅକ୍ଟୋବର ୧୮୩୭ ମସିହାରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ।ଏବେ ବି ଦୁର୍ଘଟଣାରେ ମୃତ ନାବିକ ଓ ବଣିକମାନଙ୍କର ସମାଧିସ୍ଥଳ ଏଠାରେ ରହିଛି ।ସେତେବେଳେ ବ୍ରିଟିଶର ମାନେ ଏମାନଙ୍କୁ ବୁଡିଯାଉଥିବା ଜାହାଜରୁ ମୃତ ଶରୀରକୁ ଉଦ୍ଧାର କରି ସମାଧି ଦେଇଥିଲେ ।ସେବେଠାରୁ ଏହି ଅଂଚଳକୁ ଆଉ ଜାହାଜ ଆସୁ ନ ଥିଲା ।ଆଉ ଦୁର୍ଘଟଣା ଘଟୁ ନଥିଲା ।ସମୁଦ୍ରର ଏହି ବିପଦ ସଂକୂଳସ୍ଥାନ ଜାହାଜ ବାରମ୍ବାର ବୁଡି ଯାଉଥିଲା ।ସେତେବେଳେ ଏହି ସ୍ଥାନଟିକୁ ବ୍ରିଟିଶରସ ମାନେ ନାମ କରଣ କରିଥିଲେ ପଲସପଏଣ୍ଟ ବା ଗଲତ ବିନ୍ଦୁ ।ଆୁ ଏହି ବତୀଘର ନାଁ ସେତେବେଳଠାରୁ ଭାରତ ଇତିହାସରେ ଫଲସ ପଏଣ୍ଟଲାଇଟ ହାଉସ ବୋଲି ରହିଛି ।

ଜଙ୍ଗଲ ର ଏହି ଦୁର୍ଗମ ଅଂଚଳକୁ ସେତେବେଳେ ବ୍ରିଟିଶରସ ମାନେ ହୁକିଟୋଳା ବାଟ ଦେଇ ଜଳପଥରେ ଏହି ସ୍ଥାନକୁ ଆସି ଲାଇଟ ହାଉସର ପରିଚାଳନା କରୁଥିଲେ ।ପ୍ରଥମେ ଏହି ଲାଇଟ ହାଉସକୁ କିରାସିନି ,ପେଟ୍ରୋମାକ୍ସ ଲାଇଟ ସଂଯୋଗରେ ଜଳିବା ଆରମ୍ଭ କରିଥିଲେ ।ପରେ ଏହା ସୋଲାର ଓ ଜେନେରଟର ଏବେ ଏହା ବିଦ୍ୟୁତ ଚାଳିତ ହୋଇଛି ।ଲୁଣା ଜଙ୍ଗଲ ପରିବେଶିତ ଏହି ବିସ୍ତିର୍ଣ୍ଣ ଜଙ୍ଗଲରେ ଜଗସିଂହପୁର ଅଂଚଳର କିଛି ଲୋକ ଏହି ଅଂଚଳରେ ଧାନ ଚାଷ କରୁଥିଲେ ।ବିଶେଷକରି ବତୀଘର ପଂଚାୟତର ହେଟାମୁଣ୍ଡିଆ ,କଂସାରଡିଆ ,ସରଳିକୂଦ ,ଯୋଗୀଧାନକୂଦ ଅଂଚଳରେ ଜଙ୍ଗଲକାଟି ଶହଶହ ଏକର ଜମିରେ ଧାନ ଚାଷ କରୁଥିଲେ ଜଗସିଂହପୁର ଅଂଚଳର ଶହ ଶହ କନ୍ଧା ଚାଷୀ ଏଠାରେ ଘର ଦ୍ୱାର କରିବା ସହିତ ଗାଈ ଗୋରୁ ରଖି ସ୍ଥାୟୀ ବସବାସ ସ୍ଥାପନ କରିଥିଲେ ।ପରେ ବଙ୍ଗ ଭାଷାଭାଷୀ ଲୋକମାନେ ଏହି ଅଂଚଳରେ ପହଁଚି ବସତି ସ୍ଥାପନ କଲେ ।ବିଶେଷ କରି ବତୀଘର ,ବଡଟୁବି ,ସାନଟୁବି ,ନିପାଣିଆ ,ବର କୋଳିଖୋଳା ସହିତ ପଡା ଗ୍ରାମ କଜଳପାତିଆ ,କୋଚିଳା ବେଲାରୀ ପ୍ରଭୃତି ଗ୍ରାମରେ ଜଙ୍ଗଲକାଟି ବସତି ସ୍ଥାପନ କରିଥିଲେ ।ଏଠାରେ ଜନବସତି ଗଢି ଉଠିବା ପରେ ପରବର୍ତ୍ତି ସମୟରେ ଏହାକୁ ରାଜ୍ୟ ସରକାର ଏକ ପଂଚାୟତର ମାନ୍ୟତା ଦେଲେ ।ପ୍ରାୟ ୧୦ ହଜାରରୁ ଅଧିକ ବାସ କରୁଥିବା ଏହି ଜନ ସଂଖ୍ୟାର ୯ ହଜାର ରୁ ଉର୍ଦ୍ଧ୍ୱ ଲୋକ ବଙ୍ଗ ଭାଷାଭାଷୀ ଥିବା ବେଳେ ପାଖାପାଖି ୧ ହଜାର ଲୋକ ସ୍ଥାନୀୟ ଅଂଚଳର ।କାଳକ୍ରମେ ଏମାନଙ୍କୁ ସରକାର ଭୋଟ ଦେବାର ଅଧିକାର ଦେଇଛନ୍ତି ।ଏବେ ଏଠାରେ ଅନେକ ଲୋକପ୍ରତିନିଧି ବଙ୍ଗ ଭାଷା ଭାଷୀର ଭୈାଗୋଳିକ ଦୃଷ୍ଟିରୁ ନଦୀ ,ସମୁଦ୍ର ଘେରା ଅଂଚଳକୁ ଗମନାଗମନର ଏକ ମାତ୍ର ବ୍ୟବସ୍ଥା ଡଙ୍ଗା ।ନୈାପଥରେ ଡଙ୍ଗାରେ ଯିବା ଆସିବା ସମୟରେ ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇଥାନ୍ତି ।ଗମନାଗମନ ,ସ୍ୱାସ୍ଥ୍ୟ ,ଶିକ୍ଷା ଅପହଁଚ ଥିଲା ।୧୦୮ ଓ ୧୦୨ ଆମ୍ବୁଲାନଓ ସେବା ନ ଥିବାରୁ ନଦୀ ପଥରେ ଗତ ଦୁଇ ବର୍ଷ ତଳେ ବୋଟ ଆମ୍ବୁଲାନଓ ସେବା ଆରମ୍ଭ ହୋଇଛି ।ଏହି ପଂଚାୟତର ଜନସାଧାରଣ ବିଶେଷକରି ପାରାଦ୍ୱୀପ ବନ୍ଦାଅଂଚଳ ଉପରେ ନିର୍ଭର କରିଥାନ୍ତି ।ଲୋକମାନଙ୍କର ମୁଖ୍ୟ ଜିବୀକା ମାଛ ଧରିବା ।
ଲୋକ ନଥିବା ୪ଟିଗାଁ
ବିଟ୍ରିସ ଶାସନ ଯାତାୟତର ସୁବିଧା ପାଇଁ ଲୋକମାନେ ନଦୀପଥ ଉପରେ ନିର୍ଭରଶୀଳ ଥିଲେ । ଆଧୁକିତାର ପାରମ୍ଭରେ ସ୍ଥଳ ପଥ ବିକାଶ ଘଟିଲା । ନଦୀପଥ ଯାତୟତ ବ୍ୟବସ୍ଥା ଠପ ହୋଇଗଲା । ଯୋଗିଧାନକୂଦ ,ସରଳିକୁଦ , ହେଟାମୁଣ୍ଡିଆ, ଓ କଂସାରଡିଆ ଗ୍ରାମରେ କୁଜଙ୍ଗ ରାଜ ଙ୍କ ଅଧିନରେ ଥିଲା । ଲୋକମାନେ ଏହିଠାରେ ବସବାସ କରି ତାଙ୍କ ଚାଷ ବାସ କରି ଚଳୁଥିଲେ । ଏମାନ ଙ୍କ ମଧ୍ୟରୁ ଅଧିକାଂଶ ଲୋକ ଜଗସିଂହପୁର କୁଂଜଙ୍ଗ ତହସିଲି ଅଂଚଳ ମୁଳ ବାସିନ୍ଦା । ନଦୀପଥ ରେ ଯାତାୟତ ପାଇଁ ପାଲଟଣା ଡଙ୍ଗା ବନ୍ଦ ହେବା ସହିତ ବନ ବିଭାଗ ର କଟକଣା ଫଳରେ ଜୀବିକା ହରାଇ ନିଜ ମୁଳ ସ୍ଥାନକୁ ଫେରିଯାଇଥିବା ଜଣା ପଡିଛି । ଏବେ ବି ଅନେକ ସ୍ଥାନରେ କନ୍ଧା ଘର ଥିବାର ଦେଖିବାକୁ ମିଳେ ।
ଦୁର ହୋଇଛି ସମସ୍ୟା

ଦ୍ୱିପାଚଂଳ ବତୀଘର ଅଂଚଳରେ ବହୁ ସମସ୍ୟା ଦେଇ ଗତି କରୁଥିଲା । ବର୍ତମାନ ବହୁ ସମସ୍ୟା ଦୁର ହୋଇଛି । ନିର୍ମାଣ ହୋଇଛି ଖୋଳା ସେତୁ , ,ପ୍ରଧାନମନ୍ତ୍ରୀ ସଡକ , ପକ୍କା ରାସ୍ତା, ବିଦ୍ୟୁତ ସଂଯୋଗ ,ସୁସ୍ଥ୍ୟକେନ୍ଦ୍ର ବୋଟ ଆମ୍ବୁଲାନ୍ସ ସେବା ସମୁଦ୍ର ଜୁଆର କୁ ରୋକିବା ପାଇଁ ଘେରି ବନ୍ଧ ନିର୍ମାଣ । ବନ ବିଭାଗ ତରଫରୁ ନୁତନ ଜଙ୍ଗଲ ସ୍‌ୃଷ୍ଟି ଭଳି ଉନ୍ନୟନ ମୂଳକ କାର୍ଯ୍ୟ ହୋଇଛି ।
ବତୀଘରକୁ ପର୍ଯ୍ୟଟନ ମାନ୍ୟତା କେବେ ?
ବ୍ରିଟିଶ ଅମଳର ନିର୍ମିତ ଏହି ଲାଇଟ ହାଉସ ଏକ ଐତିହାସିକ ସ୍ଥାନ ହୋଇଥିବାରୁ ଏଠାକୁ ଦେଶ ବିଦେଶର ପର୍ଯ୍ୟଟକ ମାନେ ବଣଭୋଜି କରିବା ପାଇଁ ଆସିଥାନ୍ତି ।ଏଠାକୁ ଗମନାଗମନ ର ସୁବିଧା ନଥିବାରୁ ପାରାଦ୍ୱୀପର ଅଠରବାଙ୍ଗି ଅଂଚଳରୁ ବୋଟରେ ଆସିଥାନ୍ତି ପର୍ଯ୍ୟଟକ ମାନେ , ସମୁଦ୍ର ପତ୍ତନଠାରୁ ୩୯ ମିଟର ଏବଂ ଭୂମି ପତ୍ତନଠାରୁ ୧୧୦ ଫୁଟ୍ ଉଚ୍ଚତା ବିଶଷ୍ଟ ଏହି ଲାଇଟ ହାଉସ ଉପରକୁ ଚଢି ସମୁଦ୍ର ଓ ଜଙ୍ଗଲର ପ୍ରକୃତି ଦୃଶ୍ୟ ଉପଭୋଗ କରନ୍ତି ପର୍ଯ୍ୟଟକମାନେ ।ଏହା ଛଡା ପାଣି ଜାହାଜ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ନାବିକ ଓ ବଣିକ ମାନଙ୍କର ସମାଧିସ୍ଥଳ ଦେଖିବାର ସୁଯୋଗ ପାଆନ୍ତି ଆଖପାଖ ଜଙ୍ଗଲରେ ବୁଲି ବୋଟରେ ଲୁଣା ଜଙ୍ଗଲର ପ୍ରକୃତି ପରିବେଶ ସହିତ ବଣ ଭୋଜିର ମଜା ନିଅନ୍ତି ପର୍ଯ୍ୟଟକ ମାନେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!