20

ମାଲକାନଗିରି ପ୍ରସିଦ୍ଧ ବଡ଼ ଯାତ୍ରା

ମାଲକାନଗିରି,୨୨/୦୩( ଶ୍ରୀନିବାସ ପଣ୍ଡା/ଭିକି ବାରିକ ):ଆରମ୍ଭ ହୋଇଛି ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡ଼ ଯାତ୍ରା। କୋବିଡ଼ କଟକଣାକୁ ମାନି ପ୍ରଶାସନିକ ସୁବ୍ୟବସ୍ଥା ମଧ୍ୟରେ ମାନଂକୁଣ୍ଡା ଠାରେ ଆସିବେ ତିନି ଠାକୁର।ପାରମ୍ପରିକ ରୀତିନୀତି ଅନୁଯାୟୀ ଆନ୍ଧ୍ରପ୍ରଦେଶ ର ପୋଲେରୁ ଠାରେ ସ୍ନାନ ଯାତ୍ରା ସାରି ମାଲକାନଗିରି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ତିନି ଠାକୁର କନାମରାଜୁ ବଲରାଜୁ ପୋତ ରାଜୁ। ଏହି ତିନି ଠାକୁର ଙ୍କୁ ଆନ୍ଧ୍ରପ୍ରଦେଶ ରୁ ମାଲକାନଗିରି ପାଛୋଟି ଆଣିବା ଲାଗି ପୋଲେରୁ ତ ଢ କା ଢେଉ ସ୍ନାନ କୁଣ୍ଡ ଠାରେ ଏକତ୍ରିତ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ। ତିନି ଠାକୁର ସହ ତ ଢ କା ଢେଉ କୁଣ୍ଡ ରେ ବୁଡ଼ ପକେଇ ନିଜ ନିଜର ଶୁଭ ମନାଶୀ ଛନ୍ତି ଅଗଣିତ ଭକ୍ତ।

ଆରମ୍ଭ ହୋଇଛି ମାଲକାନଗିରି ର ଜିଲ୍ଳା ର ପ୍ରସିଦ୍ଧ ତଥା ତିନି ରାଜ୍ୟ ର ଆଦିବାସୀ ଙ୍କର ଗଣ ପର୍ବ ବଡ଼ଯାତ୍ରା।ଗତ ଏକ ମାସ ଧରି ବଡ଼ଯାତ୍ରା ର ରୀତିନୀତି ଆରମ୍ଭ ହୋଇଥିଲେ ହେ ସୋମବାର ଆନ୍ଧ୍ରପ୍ରଦେଶ ପୋଲେରୁ ଠାରୁ ଆରମ୍ଭ ହୋଇଛି ବଡ଼ଯାତ୍ରା। ତିନି ଠାକୁର କନାମରାଜୁ ଵାଲାରାଜୁ ପୋତ ରାଜୁ ଏବଂ ମା ମୁତ୍ତୁଲୁଆମ୍ମା ଅର୍ଥାତ କୃଷ୍ଣ ଭୀମ ଅର୍ଜୁନ ଏବଂ ଦେବୀ ଦୁର୍ଗା ଙ୍କୁ ମାଓ ପ୍ରବଣ ମାନ୍ୟମକୋଣ୍ଡା ଠାରେ ନିର୍ମାଣ କରାଯାଇ ଥାଏ। ଆଦିବାସୀଙ୍କ ଆରାଧ୍ୟ ଦେବା ଦେବୀଙ୍କୁ କଅଁଳ ବାଉଁଶ ମୟୁର ପୁଚ୍ଛ ସାହାଯ୍ୟରେ ପ୍ରତିଷ୍ଠା କରଯାଏ। ତା ପରେ ସୁସଜିତ ବିମାନରେ ବିରାଜମାନ କରାଯାଇ ସ୍ନାନ ଯାତ୍ରାରେ ବହାରନ୍ତି ତିନିଟି ଠାକୁର। ଲୋକ କଥା ଅନୁଯାଇ ଠାକୁରଙ୍କ ବୁଡ଼ ପଡିବା ପରେ ଏହି ତ ଢ କା ଢେଉ କୁଣ୍ଡରେ ବୁଡ଼ ପାକେଇଲେ କୋଟି ଜନ୍ମର ପୂର୍ଣ୍ଣ ମିଳିଥାଏ। ସ୍ନାନ ଯାତ୍ରା ପରେ ରହିଛି ନୌକା ବିହାରର ନିଆରା ପରମ୍ପରା ନବନିର୍ମିତ କାଠ ଡଙ୍ଗାରେ ନୌକା ବିହାର କରି ମାଲକାନଗିରି ଅଭିମୁଖେ ଯାତ୍ରା କରନ୍ତି ତିନି ଠାକୁର ଓ ଦେବୀ ଦୁର୍ଗା।୧୦୦ କିମିର ପାଦ ଚଳା ରାସ୍ତା ସାରା ପୁଜା ପାନ୍ତି ଆଦିବାସୀଙ୍କ ଅଧିର ସ୍ଥାର୍ଥୀ ଦେବୀ ମୁତ୍ତୁଲୁ ଆମ୍ମା ଓ କୃଷ୍ଣ ଭୀମ ଓ ଅର୍ଜୁନ ଏଥି ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ମାଲକାନଗିରି ଜିଲ୍ଲାର ପ୍ରଶାସନ ଓ ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲା ପ୍ରଶାସନ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!