41

ଯୁବ ଉତ୍ତଳନ କାରୀ ଶକ୍ତି ଉତଲନରେ ସାଉଁଟି ଆଣିଛନ୍ତି ଅନେକ ପଦକ

ରାୟଗଡା,୨୪/୩( ଗୁରୁ ପ୍ରସାଦ ସାହୁ):ଅନ୍ତର୍ଜାତୀୟ ଶକ୍ତି ଉତଳନ ପ୍ରତିଯୋଗିତା ପାଇଁ ରାୟଗଡା ଜିଲ୍ଲାର 15 ଜଣ ଯୁବକ ଚୟନ ହୋଇ ସୁଦୂର ଛତିଶଗଡ଼ ରାଜ୍ୟ ଦୁର୍ଗ ଅଞ୍ଚଳରେ ହେଉଥିବା ଅନ୍ତର୍ଜାତୀୟ ଶକ୍ତି ଉତଲନ ପ୍ରତିଯୋଗିତା ରେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତା ଗତ 17 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିଲା। ରାୟଗଡା ଜିଲ୍ଲାର ଶକ୍ତି ଉତଲନ ର ସଭାପତି ଶ୍ରୀ ଦୋରା କୋଣ୍ଡାଗିରି ଯିଏକି ଅନ୍ତର୍ଜାତୀୟ ଶକ୍ତି ଉତଲନ ର ଓଡିଶା ରାଜ୍ୟର ସଭାପତି ତ୍ୱ କରିଆସୁଛନ୍ତି। ରାୟଗଡା ସହର ମଧ୍ୟରେ ଥିବା ଜଗତଜନନୀ ବ୍ୟାୟାମ ସାଳା ବା କ୍ଳବ ର 15 ଜଣ ଶକ୍ତି ଉତଲନ କାରୀ ଏହି ପ୍ରତି ଯୋଗୀତା ରେ ଭାଗ ନେଇଥିଲେ, ସମସ୍ତ ପ୍ରତିଯୋଗି ନିଜର ସଫଳତା ହାସଲ କରିଥିବା ଦେଖିବକୁ ମିଲିଛି। 15 ଜଣ ପ୍ରତିଯିଗି ଙ୍କ ମଧ୍ୟରୁ 7 ଜଣ ସ୍ଵର୍ଣ ପଦକ, 6 ଗୋଟି ରୌପ୍ୟ ଓ 2 ଗୋଟି ବ୍ରୋଞ୍ଜ ପଦାନ ହାସଲ କରି ଆଜି ରାୟଗଡା ଜିଲ୍ଲାର ଗୌରବ କୁ ଦ୍ଵି ଗୁଣ କରିଛନ୍ତି। ଏହି ପ୍ରତିଯୋଗିତାରେ ରାୟଗଡା ର ଝିଅ ଜୁନିଅର ରେ ସବୁଠୁ ଶକ୍ତି ମହିଳା ର ମାନ୍ୟତା ହାସଲ କରିଛନ୍ତି। ଏହି ଶକ୍ତି ପ୍ରତିଭା ଙ୍କ କୃତିକାର୍ଯ୍ୟ କୁ ଜିଲାର ବିଭିନ ମହଲ ରୁ ସୁବେଛା ର ବାର୍ତ୍ତା ସୁଅ ଛୁଟିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!