199

ସାହିତ୍ୟ ଜୀବନ ଇ-ପତ୍ରିକା ଉନ୍ମୋଚିତ- ଶିଶୁ ହିଁ ନୁଆଁ ଦୁନିଆଁ

ସମ୍ବଲପୁର,୨୫/୩:ସମ୍ବଲପୁର ଜିଲ୍ଲାରୁ ପ୍ରକାଶିତ ସାହିତ୍ୟ ଜୀବନ ଇ-ପତ୍ରିକା ଗତ ମାର୍ଚ୍ଚ ୨୨ ତାରିଖ ଅନ୍ ଲାଇନ୍ ଗଗୁଲ୍ ମିଟ୍ ମାଧ୍ୟମରେ ଶିଶୁ ବିଶେଷାଙ୍କ ଇ-ପତ୍ରିକା ପ୍ରକାଶିତ କରିଛି ।। ଗୁଗୁଲ୍ ମିଟ୍ ଉନ୍ମୋଚିତ କାର୍ଯ୍ୟକ୍ରମ ରେ ସାହିତ୍ୟ ଜୀବନ ର ସମ୍ପାଦକ ଯୋଗେଶ୍ୱର ଲୁହା ଓ ପ୍ରତିଷ୍ଠାତା ପବିତ୍ର ବେହେରା ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ଇ-ପତ୍ରିକା ର ଉନ୍ମୋଚନ କରିଛନ୍ତି।। ସମ୍ପାଦକ ଯୋଗେଶ୍ୱର ଲୁହା ଏବଂ ପରିଚାଳନା ସମ୍ପାଦିକା ଶ୍ରୀମତୀ ରୀତା ଅପରାଜିତା ମହାନ୍ତି , ସଭାପତି ଶ୍ରୀଯୁକ୍ତ ନବୀନ ପଧାନ , ସହ-ସମ୍ପାଦକ ଶ୍ରୀଯୁକ୍ତ କ୍ଷମାନିଧି ବେହେରା, ମୁଖ୍ୟ ଉପଦେଷ୍ଟା  ଶ୍ରୀଯୁକ୍ତ ନରୋତ୍ତମ ପାତ୍ର , ଉପଦେଷ୍ଟା ଶ୍ରୀଯୁକ୍ତ ଡମ୍ବରୁଧର ବେହେରା ଏବଂ ଶ୍ରୀଯୁକ୍ତ ଶିବ ଶଙ୍କର ସାହୁ ଏବଂ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ସାହୁ ଜିଲ୍ଲା ସଂଯୋଜକ ଶ୍ରୀ ଅଭିଷେକ ବେହେରା, କୁମାରୀ ଶକୁନ୍ତଳା ପରିଡା, ଶ୍ରୀ ସରୋଜ କୁମାର ଜେନା ସହ ଏଡ଼ିଟର ମଣ୍ଡଳୀ ଆଶିଷ କୁମାର ବାରିକ , କାହ୍ନୁଚରଣ ସାହୁ, ଜୟନ୍ତ କୁମାର ବେହେରା ସହ ଅନ୍ୟ ସଦସ୍ୟ ସଦସ୍ୟା ଙ୍କ ପୂର୍ଣ୍ଣ ସହଯୋଗରେ ଶିଶୁ ବିଶେଷାଙ୍କ ସଂସ୍କରଣ ଇ-ପତ୍ରିକା ପ୍ରକାଶ ହୋଇଛି। ଏହି ଇ-ପତ୍ରିକା ରେ କବିତା ଓ ଗଳ୍ପ ଏବଂ ପ୍ରବନ୍ଧ ଏବଂ ଅନୁଚିନ୍ତା ସ୍ଥାନ ପାଇବା ସଙ୍ଗେ ପିଲାଙ୍କ ତୂଳୀରୁ ଚିତ୍ରାଙ୍କନ ପ୍ରକାଶିତ ହୋଇଛି । ସାହିତ୍ୟ ଜୀବନ ୱେବସାଇଟରେ ଏସ.ଏଲ୍. ଡିଜିଟାଲ ତଥା ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଙ୍କ ତତ୍ତ୍ୱାବଧାନରେ ଇ-ପତ୍ରିକାଟି ବିଶ୍ଵ ଦରବାରରେ ପରିଚିତ ହୋଇଛି ।। ଡିସେମ୍ବର ସଂସ୍କରଣରେ ପ୍ରତିଷ୍ଠାତା ପବିତ୍ର ବେହେରା ସମ୍ପାଦନା କାର୍ଯ୍ୟ ସୁଚାରୁ ରୂପେ କରିଥିଲେ । ସାହିତ୍ୟ ଜୀବନ ସମସ୍ତ ଇ-ପତ୍ରିକା ଗୁଡିକ ସାହିତ୍ୟ ଜୀବନ ୱେବସାଇଟରୁ ନିଶୁଳ୍କ ରେ ସଂଗ୍ରହ କରି ରସ ସ୍ବାଦ କରିପାରିବେ ଏବଂ ସାହିତ୍ୟ ଭିତ୍ତିକ ପ୍ରତିଯୋଗିତା ରେ ମଧ୍ୟ ଭାଗ ନେଇ ନିଜ ସାହିତ୍ୟ ରୂପକ ଲୁକ୍କାୟିତ କଳା କୁ ପ୍ରଦର୍ଶନ କରିପାରିବେ ।। ଶେଷରେ ସମସ୍ତ ସାରସ୍ଵତ ସାହିତ୍ୟ ସ୍ରଷ୍ଟା ଙ୍କୁ ଧନ୍ୟବାଦ ସହ ଅଭିନନ୍ଦନ ଜ୍ଞାପନ କରିଛନ୍ତି ପ୍ରତିଷ୍ଠାତା ପବିତ୍ର ବେହେର।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!