58

ଗଉଞ୍ଜୁରେ ଉନ୍ନୟନ କାର୍ଯ୍ୟ ତଦାରଖ କରିବା ସହ ବିଦ୍ୟୁତ ଟ୍ରାନ୍ସଫର୍ମର ହଟାଇବାକୁ ନିର୍ଦେଶ ଦେଲେ ଜିଲ୍ଲାପାଳ

ଵ୍ରହ୍ମପୁର-୨୭/୩(ମନୋଜ କୁମାର ପାତ୍ର):ତୁରନ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ହଟାଇବାକୁ ବିଦ୍ୟୁତ ବିଭାଗକୁ ନିର୍ଦେଶ ଦଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।ସୂଚନା ଯୋଗ୍ୟଯେ ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକର ଗଉଞ୍ଜୁ ଗ୍ରାମ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବାକୁ ପହଞ୍ଚି ଥିବା ବେଳେ ସରପଞ୍ଚ ବାସନ୍ତୀ ମହାରଣା ସରକାର ଦ୍ୱାରା ହେବାକୁ ଥିବା ଶିଶୁ ଉଦ୍ୟାନଟି ବିଦ୍ୟୁତ ଟ୍ରାନ୍ସଫର୍ମର ଯୋଗୁ ହୋଇ ପାରୁନି ଏହାକୁ ହଟାଇବାକୁ ଜିଲ୍ଲାପାଳ ଙ୍କୁ ଅନୁରୋଧ କଲେ।ସଙ୍ଗେ ସଙ୍ଗେ ଏହାକୁ ହଟେଇବାକୁ ଜିଲ୍ଲାପାଳ ବିଦ୍ୟୁତ ବିଭାଗକୁ ନିର୍ଧେସ ଦେଇଛନ୍ତି।ଅନ୍ୟପକ୍ଷରେ ଶ୍ରୀଶ୍ରୀଶ୍ରୀ ମା’ ସତଭାଉଣୀ ପୀଠରେ ନଳକୂପ ଖନନ ପାଇଁ ଉପସ୍ଥିତ ଯନ୍ତ୍ରୀ ସମୀର ପଟ୍ଟନାୟକ ଙ୍କୁ ନିର୍ଧେସ ଦେଇଥିବା ବେଳେ ଏହାର ଉର୍ଣ୍ଣତି ପାଇଁ ବିଡ଼ିଓ ତିରୁପତି ବାଲାଜି ସାମନ୍ତରାୟଙ୍କୁ କହିଥିଲେ।ବାଉରୀବନ୍ଧୁ ପାଳ ଉଚ୍ଚବିଦ୍ୟାଳୟ ରେ କିପରି ସ୍ମାର୍ଟ କ୍ଲାସ ତିଆରି ହେବ ସେନେଇ ଆଲୋଚନା କରିବା ସହ ପ୍ରଧାନ ଶିକ୍ଷକ ସଦାନନ୍ଦ ପାଢ଼ୀଙ୍କୁ ମଧୁ ଆପ୍ ଓ ଡ୍ରପ୍ ଆଉଟ କମାଇବା ନେଇ କହିଥିଲେ। ଜିଲାପାଳ ଙ୍କ ଆଜିର ଏହି ଗ୍ରସ୍ତ ସମୟରେ ବ୍ଲକ ଉପାଧ୍ୟକ୍ଷ ଅଜିତ ଦାସ,ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଶ୍ରୀ ଦଳେଇ,ଏପିଡ଼ି(ଅର୍ଥ),ଗ୍ରାମ୍ୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ,ଡ଼ିଇଓ,ବିଇଓ,ପିଇଓ ନିରଞ୍ଜନ ଖାଡଙ୍ଗା,ସରପଞ୍ଚ ପ୍ରତିନିଧି ପ୍ରଫୁଲ୍ଲ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!