21

ଏମଓୟୁ ଅନୁଯାଇ ଫୀ ଛାଡ଼ ଦlବୀରେ ଭେଙ୍କଟେଶ୍ୱର ସ୍କୁଲ ଆଗରେ ଅଭିଭାବକମାନଙ୍କ ଧାରଣା

ଭୁବନେଶ୍ୱର-୨୮/୩(ଓଡ଼ିଆନ୍ ନିଉଜ୍): ମହାମାରୀ ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶରେ ଏମ ଓ ୟୁ ଅନୁଯାଇ ସମସ୍ତ ଘରୋଇ ସ୍କୁଲରେ ଫି ଛାଡ଼ କରି ଆଦାୟ କରିବା କଥା।ହେଲେ କେତେକ ସ୍କୁଲ ଏହି ନିର୍ଦେଶ କୁ ନ ମାନି ପିଲାମାନଙ୍କୁ ପାଠ ପଢ଼ା ଓ ପରୀକ୍ଷା ରୁ ବଞ୍ଚିତ କରିବା ଆଦି ଘଟଣା ସାମ୍ନାକୁ ଆସୁଛି।ଆଜି ଏପରି ମନାମାନୀ ବିରୋଧ ରେ ଓଡିଶା ଅଭିଭାବକ ମହାସଂଘ ର ସାଧାରଣ ସମ୍ପାଦକ ଅଶୋକ ପାଇକରାୟଙ୍କ ନେତୃତ୍ୱ ରେ ଦୁଇଶହ ରୁ ଅଧିକ ଅଭିଭାବକ ଚନ୍ଦ୍ରଶେଖରପୁର ପଟିଆ ଭେଙ୍କଟେଶ୍ୱର ସ୍କୁଲ ଆଗରେ ଧାରଣା ଦେଇଥିଲେ।ସ୍କୁଲର ସୁରକ୍ଷା କର୍ମୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଆନ୍ଦୋଳନ ସମୟର ଫୋଟୋ ଓ ଭିଡିଓ କରିବାକୁ ନେଇ ବଚସା ଓ ଧସ୍ତାଧସି ହୋଇଥିଲା।ପରିସ୍ଥିତି ଏପରି ହୋଇଥିଲା ଯେ କଥା ଚନ୍ଦ୍ରଶେଖରପୁର ଥାନାରେ ପହଂଚିଥିଲା।ଥାନାଧିକାରୀ ଉଭୟ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ପକ୍ଷଙ୍କୁ ମଙ୍ଗଳବାର ଡକାଇ ଆଲୋଚନା କରିବାକୁ ନିଷ୍ପତ୍ତି ହେବା ପରେ ଆନ୍ଦୋଳନ ସ୍ଥଗିତ ରହିଛି।ପ୍ରକାଶ ଥାଉକି ସ୍କୁଲ ମାନଙ୍କର ଏହି ମନୋମୁଖୀ,ମୁନlଫାଖୋରୀ ଓ କୋର୍ଟ ଆଦେଶ ଅବମାନନା ବିରୁଦ୍ଧରେ ଏବଂ ବିଭାଗୀୟ ଉଦାସୀନତା, ନିଷ୍କ୍ରିୟତା ପରିପ୍ରେକ୍ଷୀରେ ଭୁବନେଶ୍ୱର ବି ଇ ଓ ଅଫିସ ଆଗରେ ମଙ୍ଗଳବାର ଧାରଣା କାର୍ଯ୍ୟକ୍ରମ ରହିଛି।ଆଜିର ଏହି ଧାରଣାରେ ପ୍ରସନ୍ନ ବିଷୋୟୀଙ୍କ ସମେତ ଓଡିଶା ଅଭିଭାବକ ମହାସଂଘ ଓ ଭେଙ୍କଟେଶ୍ୱର ସ୍କୁଲ ଅଭିଭାବକ ସଙ୍ଘର ଶତାଧିକ ଅଭିଭାବକ ମାନେ ଯୋଗ ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!