78

ଓଡିଶା ଇଣ୍ଟର କ୍ଳବ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ମୁନିଗୁଡା,୨୮/୩ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ମୁନିଖୋଲ କ୍ରିକେଟ ଖେଳ ପଡିଆ ଠାରେ ମୁନିଗୁଡା କ୍ରିକେଟ ଆସୋସିଏସନ ତରଫରୁ ଓଡିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନ ସହାୟତାରେ ଓଡିଶା ଇଣ୍ଟର କ୍ଳବ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଅତିଥିଭାବେ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ଡି.ଏସ.ପଲେଇ,ଜିଲ୍ଲା ସିଲେକଟର ହରିଶ ଠାକୁର,ଓସିଏ କର୍ମଚାରୀ ବିରଜା ଦାସ,ପୂର୍ବତନ ବିଧାୟକ ସାରଙ୍ଗଧର କାଡ୍ରାକା,ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ,ସିଆରପିଏଫ ଅତିରିକ୍ତ କମାଣ୍ଡେଣ୍ଟ ଅମରେଶ କୁମାର,ସମାଜସେବୀ ରତନଲାଲ ଜୈନ ଓ ପୂର୍ଣଚନ୍ଦ୍ର ଗୌଡ଼ ପ୍ରମୁଖ ଯୋଗଦେଇ ଟୁର୍ନାମେଣ୍ଟକୁ ଉଦଘାଟନ କରିବା ସହ ଏହି ସିଲେକଶନ ମେଚରେ ସମସ୍ତ ଖେଳାଳୀ ସ୍ପୋର୍ଟ ମେନ ସ୍ପିରିଟ ଦେଖାଇ ନିଜ ନିଜର ପ୍ରତିଭାକୁ ଆଗକୁ ଜିଲ୍ଲା,ରାଜ୍ୟ ଏବଂ ଜାତୀୟ ସ୍ଥରରେ ଖେଳିବାକୁ ଏହା ଏକ ବଡ଼ ସୁବର୍ଣ ସୁଯୋଗ ମିଳିଛି ବୋଲି ପ୍ରକାଶ କରିଥିଲେ l ଉଦଘାଟନୀ ମେଚରେ ରାୟଗଡା ପୋରପୋଲ ଓ ରାୟଗଡା ଗ୍ରୀନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଉକ୍ତ ମେଚରେ ରାୟଗଡା ଗ୍ରୀନ ଦଳ ବିଜୟ ହାସଲ କରିଥିଲା l ଏହି ଓଡିଶା ଇଣ୍ଟର କ୍ଳବ ଟୁର୍ନାମେଣ୍ଟ ଆୟୋଜିତ କରିବାକୁ ସୁଯୋଗ ଦେଇଥିବାରୁ ଓଡିଶା କ୍ରିକେଟ ଆସୋସିଏସନ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନକୁ ମୁନିଗୁଡା କ୍ରିକେଟ ଆସୋସିଏସନ ତରଫରୁ ସଭାପତି ନନ୍ଦ କିଶୋର ପଟ୍ଟନାୟକ,ସମ୍ପାଦକ ବାଳକୃଷ୍ଣ ରଥ,ଅଧକ୍ଷ ଘନଶ୍ୟାମ ମାର୍ଥା,ଉପଦକ୍ଷ ଜି.କୁମାର ରାଜୁ,ବରିଷ୍ଠ ଉପଦେଷ୍ଟା ଚତୁର୍ଭୁଜ ବନଛୋର,ମନୋଜ ପାଢ଼ୀ,ଅଶ୍ୱିନୀ ପଣ୍ଡା ପ୍ରମୁଖ ଧନ୍ୟବାଦ ଜଣାଇଥିଲେ l ଉକ୍ତ ମ୍ୟାଚକୁ ଅମ୍ପାୟାର ଭାବେ ପ୍ରଶାନ୍ତ ପରିଚ୍ଛା ଓ ଆକାଶ ମୋଇନି ପରିଚାଳନା କରିଥିଲେ l ଏହି ଟୁର୍ନାମେଣ୍ଟକୁ ମୁନିଗୁଡା କ୍ରିକେଟ ଆସୋସିଏସନର ସମସ୍ତ କର୍ମକର୍ତା ଓ ସଦସ୍ୟ ମାନେ ପରିଚାଳନା ଓ ସହଯୋଗ କରିଥିଲେ l ଏଥିରେ ଜିଲ୍ଲାର ମୋଟ 6 ଟି ଦଳ ଭାଗ ନେଇଥିବା ବେଳେ ଏହା ଆସନ୍ତା 4 ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!