30

ରୋଷେଇ ଗ୍ୟାସ ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ ୩୧।୩:  ଇଣ୍ଡିଆନ ଅୟେଲ କର୍ପୋରେସନ ଲିମିଟେଡ୍ (ଆଇଓସିଏଲ) ବୁଧବାର ରୋଷେଇ ଗ୍ୟାସ ମୂଲ୍ୟ ହ୍ରାସ କରିଛନ୍ତି ତୈଳ କମ୍ପାନୀ ସୂଚନା ଦେଇଛନ୍ତି। ଘରୋଇ ଉପଯୋଗ ଲାଗି ବ୍ୟବହୃତ ହେଉଥିବା ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏହି ଦର ସୁଧାର ହୋଇଛି। ଏଥିରେ ପ୍ରତି ସିଲିଣ୍ଡର ପିଛା ୧୦ ଟଙ୍କା ହ୍ରାସ ହୋଇଛି। ଏହି ନୂଆ ଦର ସାରା ଦେଶରେ ୧ ଏପ୍ରିଲରୁ ଲାଗୁ ହେବ ବୋଲି ଆଇଓସିଏଲ ଘୋଷଣା କରିଛନ୍ତି। ତୈଳ କମ୍ପାନୀମାନେ ଗତ ଫେବୃଆରୀ ମାସରୁ ଦେଶରେ ଏଲପିଜି ଦର ବୃଦ୍ଧି କରୁଛନ୍ତି। ଏଥିରେ ଫେବୃଆରୀରେ ବଢିଥିବା ଦର ମାର୍ଚ୍ଚ ମାସରେ ଆହୁରି ବୃଦ୍ଧି ପାଇବା ଦେଶରେ ଜନ ଅସନ୍ତୋଷର କାରଣ ପାଲଟିଥିଲା। ତେବେ  ତୈଳ କମ୍ପାନୀମାନେ ମାସ ଶେଷ ହେବା ପୂର୍ବରୁ ଦର ସୁଧାର କରିଛନ୍ତି।  ଏଥିରେ ଏଲପିଜି ପ୍ରତି ସିଲିଣ୍ଡର ଏବେ ଗ୍ରାହକଙ୍କର ୧୦ ଟଙ୍କା  ସଞ୍ଚୟ ହେବ। ୨୦୨୦ ରେ କରୋନା ଲକଡାଉନ ଯୋଗୁ ତୈଳ କମ୍ପାନୀମାନେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସୁଧାର କରିନଥିଲେ। ତେବେ ରୋଷେଇ ଗ୍ୟାସ୍‌ ମୂଲ୍ୟରେ ବାରମ୍ବାର ମୂଲ୍ୟ ସୁଧାର ହେବା ସହ ଦର ହ୍ରାସ ଓ ବୃଦ୍ଧି ହୋଇଥିଲା। ତେବେ ମାର୍ଚ୍ଚ ମାସରେ ହୋଇଥିବା ଦରବୃଦ୍ଧି ଯୋଗୁ ସରକାରଙ୍କୁ ବିରୋଧୀ ଦଳ ସଂସଦ ସମେତ ରାସ୍ତାଘାଟରେ ଘେରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!