ମୁମ୍ବଇ୪ା୪ : ବଲିଉଡ୍ର ଜଣକ ପରେ ଜଣେ ଅଭିନେତା ଏବେ କରୋନା ଭୂତାଣୁରେ ସଂକ୍ରମିତ ହେବାରେ ଲାଗିଛନ୍ତି। ରଣବୀର କପୁର, ମନୋଜ ବାଜପାୟୀଙ୍କ ସମେତ ଅନେକ କଳାକାର ଏହି ମହାମାରୀରେ ଆକ୍ରାନ୍ତ ହେବା ପରେ ଏବେ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଅକ୍ଷୟ ନିଜେ ସୋସିଆଲ ମିଡିଆ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅକ୍ଷୟ ଟ୍ବିଟ୍ କରି କହିଛନ୍ତି, ‘ଆପଣ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ, ଆଜି ସକାଳେ ମୋର କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି। ସମସ୍ତ ନିୟମକୁ ପାଳନ କରି ମୁଁ ନିଜକୁ ଆଇସୋଲେଟ୍ କରିନେଇଛି। ନିଜ ଘରେ କ୍ବାରେଣ୍ଟାଇନରେ ରହିଛି। ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି, ସେମାନେ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ’ ବୋଲି ଅକ୍ଷୟ ଟ୍ବିଟ୍ କରି କହିଛନ୍ତି। ଏହା ସହିତ ସେ ଖୁବଶୀଘ୍ର ଆକ୍ସନ ଦୁନିଆକୁ ଫେରିବେ ବୋଲି ମଧ୍ୟ କହିଛନ୍ତି। ଅକ୍ଷୟଙ୍କର ୪ଟି ଫିଲ୍ମ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏସବୁ ଫିଲ୍ମ ମଧ୍ୟରୁ ସର୍ବପ୍ରଥମେ ମୁକ୍ତିଲାଭ କରିବାକୁ ଥିବା ଚଳଚ୍ଚିତ୍ର ହେଉଛି ସୂର୍ଯ୍ୟବଂଶୀ। ଏହି ଫିଲ୍ମ ଆଗାମୀ ମାସରେ ରିଲିଜ ହେବ ବୋଲି ଆଶା କରାଯାଉଛି। ଏହା ପରେ ‘ବେଲ୍ବଟନ’, ‘ପୃଥ୍ବୀରାଜ’ ଏବଂ ‘ଅତରଙ୍ଗୀ ରେ’ ଚଳଚ୍ଚିତ୍ର ମୁକ୍ତିଲାଭ କରିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |