ମୁମ୍ୱାଇ , ୪ା୪– ବଲିଉଡ୍ର ବର୍ଷିୟାନ୍ ଅଭିନେତ୍ରୀ ଶଶିକଳାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ଶଶିକଳାଙ୍କ ନିଧନ ୪ ଅପ୍ରେଲରେ ମୁମ୍ୱାଇର କୋଲାବାରେ ଦ୍ୱିପ୍ରହର ୧୨ଟାରେ ହୋଇଥିଲା । ସେ ୭୦ ଦଶକରେ ବଲିଉଡ୍ର ହିରୋଇନ ଓ ଖଳନାୟକ ଉଭୟ ଚରିତ୍ର କରୁଥିଲେ । ବଲିଉଡ୍ରେ ୧୦୦ରୁ ଅଧିକ ଫିଲ୍ମରେ କାମ କରିଥିବା ଶଶିକଳାଙ୍କ ପୂରା ନାମ ଶଶିକଳା ଜାୱାଲକର ଥିଲା । ତାଙ୍କର ଜନ୍ମ ୪ ଅଗଷ୍ଟରେ ମହାରାଷ୍ଟ୍ରର ସୋଲାପୁରରେ ହୋଇଥିଲା । ସେ ନିଜ ଜୀବନରେ ଅନେକ ଉତ୍ଥାନ ପତନ ଦେଇ ଗତି କରିଥିଲେ । ହେଲେ ତାଙ୍କର ପିଲାଦିନ କିନ୍ତୁ ବହୁତ ଖୁସି ଓ ବିନ୍ଦାସରେ ବିତିଥିଲା । ଶଶିକଳାଙ୍କର ୬ ଭାଇ-ଭଉଣୀ ଥିଲେ ଏବଂ ତାଙ୍କର ପିତା ଜଣେ ବହୁତ ବଡ଼ ବ୍ୟବସାୟୀ ଥିଲେ । ବଲିଉଡ୍ରେ ୧୦୦ରୁ ଅଧିକ ଫିଲ୍ମରେ କାମ କରିଥିବା ଶଶିକଳାଙ୍କ ପୂରା ନାମ ଶଶିକଳା ଜାୱାଲକର ଥିଲା । ତାଙ୍କର ଜନ୍ମ ୪ ଅଗଷ୍ଟରେ ମହାରାଷ୍ଟ୍ରର ସୋଲାପୁରରେ ହୋଇଥିଲା । ସେ ନିଜ ଜୀବନରେ ଅନେକ ଉତ୍ଥାନ ପତନ ଦେଇ ଗତି କରିଥିଲେ । ହେଲେ ତାଙ୍କର ପିଲାଦିନ କିନ୍ତୁ ବହୁତ ଖୁସି ଓ ବିନ୍ଦାସରେ ବିତିଥିଲା । ଶଶିକଳାଙ୍କର ୬ ଭାଇ-ଭଉଣୀ ଥିଲେ ଏବଂ ତାଙ୍କର ପିତା ଜଣେ ବହୁତ ବଡ଼ ବ୍ୟବସାୟୀ ଥିଲେ । ୧୯୩୬ ମସିହାରେ ଫିଲ୍ମ କୋରୋଡ୍ପତିରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ସେ ଲୋକପ୍ରିୟ ସିରିୟଲ ସୋନ ପରୀରେ ଫ୍ରୁଟିର ଜେଜି ମାଆ ରୋଲ୍ରେ ନଜର ଆସିଥିଲେ । ୨ଥର ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ । ୨୦୦୭ ମସିହାରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |