16

ତ୍ରିଧାରା ସାହିତ୍ୟ ସଂସଦ ଵ୍ରହ୍ମପୁର ଗଞାମ ର ମାସିକ ସାହିତ୍ୟ ଆସର ଅନୁଷ୍ଠିତ

ବ୍ରହ୍ମପୁର-୪/୦୪(ମନୋଜ କୁମାର ପାତ୍ର):ସ୍ଥାନୀୟ ଗଞାମ କଳା ପରିଷଦର ସଭାଗୃହରେ ତ୍ରିଧାରା ସାହିତ୍ୟ ସଂସଦ ଵ୍ରହ୍ମପୁର ଗଞାମର ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ ଡକ୍ଟର ଅଶୋକ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ଜଳନ କରିଥିବା ବେଳେ ସ୍ଵର୍ଣପ୍ରଭା ପାଢୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ପ୍ରଥମ ଅଧିବେଶନ ଆଲୋଚନାଚକ୍ର ପ୍ରସଙ୍ଗ” ଲୋକକଳା ଓ ଲୋକନାଟକ ଦାସକାଠିଆ ” ସଭାମୁଖ୍ୟ ଉମାଚରଣ ମିଶ୍ର ,ମୁଖ୍ୟଅତିଥି ଡକ୍ଟର ଅଶୋକ କୁମାର ପଣ୍ଡା ଵିଭାଗିୟ ମୁଖ୍ୟ ଓଡ଼ିଆ ବିଭାଗ, ଆଲୋଚକ ପଣ୍ଡିତ ଵିଶ୍ବନାଥ ଶତପଥୀ।ସମ୍ପାଦକ ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ଅତିଥି ପରିଚୟ ଓ ସଂସଦ ସମ୍ପର୍କରେ ସୂଚନା ପ୍ରଦାନ କରିଲେ। ଆଲୋଚକ ପଣ୍ଡିତ ଶତପଥୀ କହିଛନ୍ତି ଯେ ସତ୍ୟଯୁଗର ନାରଦଙ୍କ ଠାରୁ ଦାସକାଠିଆ ଆରମ୍ଭ ଓ ତ୍ରେତୟା ଯୁଗରେ ପ୍ରଚାର ଓ ପ୍ରସାର ଲବକୁଶ ଦ୍ଵାରା ହୋଇଛି।ଦ୍ଵିତୀୟ ଅଧିବେଶନ କବିତା ପାଠୋତ୍ସବ ସଭାମୁଖ୍ୟ ଡକ୍ଟର ସୀମାଞ୍ଚଳ ପ୍ରଧାନ ଅବସରପ୍ରାପ୍ତ ଵିଭାଗୀୟ ମୁଖ୍ୟ ଓଡ଼ିଆ ଅଧ୍ୟାପକ ଅତିଥି ଭାବେ ଡକ୍ଟର ରଘୁନାଥ ପାଢୀ ଶର୍ମା, ଅବସରପ୍ରାପ୍ତ ପ୍ରଫେସର ଭଞଵିହାର ସଂସଦର ସହସମ୍ପାଦକ ଅଧ୍ୟାପକ ଲୋକନାଥ ନାୟକ କଵିତା ଗୁଡିକ ସଂଯୋଜନା କରିଥିଲେ, ହୃଷିକେଶ ଦାଶ, ଡକ୍ଟର ଅରୁଣ କୁମାର ଦାଶ ଅର୍ଜୁନ ଜେନା,ଟି କାଳୀପ୍ରସାଦ, କଳାରନ୍ନ ଇ. ପ୍ରଫୁଲ୍ଲ କୁମାର ତ୍ରିପାଠୀ,ଲାଲବାହାଦୁର ପଟ୍ଟନାୟକ ଵିଶ୍ବନାଥ ଶତପଥୀ, ଡକ୍ଟର ସୀମାଞ୍ଚଳ ପ୍ରଧାନ, ଉମାଚରଣ ମିଶ୍ର ଡକ୍ଟର ରଘୁନାଥ ପାଢୀ ଶର୍ମା ଆଦି ସ୍ବରଚିତ କବିତା ପାଠ କରିଥିଲେ। ବିଘ୍ନେଶ୍ଵର ସାହୁ, ଝିଲ୍ଲି କୁମାରୀ ସାହୁ ସହଯୋଗ କରିଥିଲେ। ଅର୍ଜୁନ ଜେନା ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦକ ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ଉଭୟ ଅଧିବେଶନ ପରିଚାଳନା କରିଵେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!