82

ଓଡିଶା ଇଣ୍ଟର କ୍ଳବ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ମୁନିଗୁଡା,4/4 (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ମୁନିଖୋଲ କ୍ରିକେଟ ଖେଳ ପଡିଆ ଠାରେ ମୁନିଗୁଡା କ୍ରିକେଟ ଆସୋସିଏସନ ତରଫରୁ ଓଡିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନ ସହାୟତାରେ ଓଡିଶା ଇଣ୍ଟର କ୍ଳବ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି l ଏହି ଫାଇନାଲ ମେଚରେ ରାୟଗଡା ବ୍ଲୁ ଏବଂ ରାୟଗଡା ୟେଲୋ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ମେଚକୁ ରାୟଗଡା ବ୍ଲୁ ବିଜୟ ହୋଇଥିଲା l ଅତିଥିଭାବେ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ଡି.ଏସ.ପଲେଇ,ଯୁଗ୍ମ ସମ୍ପାଦକ ଗୋପୀନାଥ ସାହୁ,ଜିଲ୍ଲା ସିଲେକଟର ହରିଶ ଠାକୁର,ଓସିଏ କର୍ମଚାରୀ ବିରଜା ଦାସ, ପୂର୍ବତନ ବିଧାୟକ ସାରଙ୍ଗଧର କାଡ୍ରାକା,ମହାଶକ୍ତି ଫାଉଣ୍ଡେସନର ସିଇଓ ଯୁଗଳ କିଶୋର ପଟ୍ଟନାୟକ,ସମାଜସେବୀ ରତନଲାଲ ଜୈନ ଓ ପୂର୍ଣଚନ୍ଦ୍ର ଗୌଡ଼ ପ୍ରମୁଖ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ l ମେନ ଅଫ ଦି ସିରିଜ ଭାବେ ସଞ୍ଜୟ ପାତ୍ର,ବେଷ୍ଟ ବ୍ୟାଟ୍ସ ମେନ ଶ୍ରବଣ ବୁଙ୍ଗା ବେଷ୍ଟ ବୋଲର ଭାବେ ନୃସିଂହ ଚରଣ ପାଢ଼ୀ ଓ ବେଷ୍ଟ ଵିକେଟ କିପର ସାଗର ପୂଜାରୀ ପ୍ରମୁଖଙ୍କୁ ଚୟନ କରାଯାଇଛି l ଏହି ସିଲେକଶନ ମେଚରେ ସମସ୍ତ ଖେଳାଳୀ ସ୍ପୋର୍ଟ ମେନ ସ୍ପିରିଟ ଦେଖାଇ ନିଜ ନିଜର ପ୍ରତିଭାକୁ ଆଗକୁ ଜିଲ୍ଲା,ରାଜ୍ୟ ଏବଂ ଜାତୀୟ ସ୍ଥରରେ ଖେଳିବାକୁ ଏହା ଏକ ବଡ଼ ସୁବର୍ଣ ସୁଯୋଗ ମିଳିଛି ବୋଲି ଅତିଥି ମାନେ ପ୍ରକାଶ କରିଥିଲେ lଏହି ଓଡିଶା ଇଣ୍ଟର କ୍ଳବ ଟୁର୍ନାମେଣ୍ଟ ଆୟୋଜିତ କରିବାକୁ ସୁଯୋଗ ଦେଇଥିବାରୁ ଓଡିଶା କ୍ରିକେଟ ଆସୋସିଏସନ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନର ଆର.କଲ୍ୟାଣୀ ଆଚାରୀ, କେ.ଏସ.ବିନୟ କୁମାର ଓ ଉମାଶଙ୍କର ପଟ୍ଟନାୟକଙ୍କ ସମସ୍ତ ଅଫିସିଆଲ ମାନଙ୍କୁ ମୁନିଗୁଡା କ୍ରିକେଟ ଆସୋସିଏସନ ତରଫରୁ ସଭାପତି ନନ୍ଦ କିଶୋର ପଟ୍ଟନାୟକ,ସମ୍ପାଦକ ବାଳକୃଷ୍ଣ ରଥ,ଅଧକ୍ଷ ଘନଶ୍ୟାମ ମାର୍ଥା, ଉପଦକ୍ଷ ଜି.କୁମାର ରାଜୁ,ବରିଷ୍ଠ ଉପଦେଷ୍ଟା ଚତୁର୍ଭୁଜ ବନଛୋର, ମନୋଜ ପାଢ଼ୀ,ଅଶ୍ୱିନୀ ପଣ୍ଡା ପ୍ରମୁଖ ଧନ୍ୟବାଦ ଜଣାଇଥିଲେ l ଉକ୍ତ ମ୍ୟାଚକୁ ଅମ୍ପାୟାର ଭାବେ ପ୍ରଶାନ୍ତ ପରିଚ୍ଛା ଓ ଆକାଶ ମୋଇନି ପରିଚାଳନା କରିଥିଲେ l ଏହି ଟୁର୍ନାମେଣ୍ଟକୁ ମୁନିଗୁଡା କ୍ରିକେଟ ଆସୋସିଏସନର ସମସ୍ତ କର୍ମକର୍ତା ଓ ସଦସ୍ୟ ମାନେ ପରିଚାଳନା ଓ ସହଯୋଗ କରିଥିଲେ l ଏଥିରେ ଜିଲ୍ଲାର ମୋଟ 6 ଟି ଦଳ ଭାଗ ନେଇଥିବା ବେଳେ ଏହା ଗତ 28 ତାରିଖରୁ ଆରମ୍ଭ ହୋଇଥିଲା l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!