Odian News
84

ଚାଷୀ ପରିବା ବିକ୍ରି କରିନପାରି ରାସ୍ତାରେ ପନିପରିବା ଢାଳି ପ୍ରତିବାଦ

ଝାରସୁଗୁଡ଼ା,୦୬/୦୪ :ଜିଲ୍ଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ସପ୍ତାହିକ ଓ ଦୈନିକ ହାଟଗୁଡ଼ିକୁ ବନ୍ଦ କରି ଦେଇଛି । କୋଭିଡ୍ କଟକଣା ଜୋରଦାର କରିଛି ପ୍ରଶାସନ ।୩ ସପ୍ତାହ ଲାଗି ସାପ୍ତାହିକ ହାଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସକାଳୁ ପରିବା ବିକ୍ରି ପାଇଁ ଆସିଥିବା ବ୍ୟବସାୟୀଙ୍କୁ ପୋଲିସ ସହର ମଧ୍ୟକୁ ପଶିବାକୁ ଅନୁମତି ଦେଇନଥିବା ଜଣାପଡ଼ିଛି । ଫଳରେ ବ୍ୟବସାୟୀମାନେ ବସ୍ତା ବସ୍ତା ପରିବା ରାସ୍ତାରେ ଢାଳି ପ୍ରତିବାଦ କରିଥିବା ଦେଖାଦେଇଥିଲା ।  ଫଳରେ ଏହି ବଜାର ଉପରେ ନିର୍ଭର କରୁଥିବା ଚାଷୀ ଓ ବ୍ୟବସାୟୀ ପନି ପରିବା ବିକି ନପାରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।   ତେବେ ଚାଷୀ ଓ ବ୍ୟବସାୟୀମାନେ କେଉଁଠି ପରିବା ବିକିବେ, ସେ ନେଇ ସ୍ଥାନ ନିର୍ଦ୍ଧାରଣ କରାଯାଇ ନାହିଁ।  ଏହାକୁ ନେଇ ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି ରାସ୍ତାରେ ପରିବା ଢାଳି ପ୍ରତିବାଦ ଜଣାଇଛନ୍ତି ଚାଷୀ ଓ ବ୍ୟବସାୟୀ। ପରେ ପୌର ନିର୍ବାହୀ ଅଧିକାରୀ ଓ ପୋଲିସ ଉପସ୍ଥିତିରେ ଆଲୋଚନା ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!