37

ଜଷ୍ଟିସ୍‌ ନଥାଲାପତି ଭେଙ୍କଟ ରମନା ହେବେ ଭାରତର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ ୦୬/୦୪ : ଜଷ୍ଟିସ୍‌ ନଥାଲାପତି ଭେଙ୍କଟ ରମନା ହେବେ ଭାରତର ୪୮ ତମ ପ୍ରଧାନ ବିଚାରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଜଷ୍ଟିସ୍‌ ରମନାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଏପ୍ରିଲ ୨୪ରେ ସେ ଶପଥ ନେବେ । ଜଷ୍ଟିସ୍‌ ରମନା ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଡେଙ୍କ ପରେ ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠ ଜଜ୍‌ । ମାର୍ଚ୍ଚ ୨୪ ତାରିଖରେ ଚିଫ୍‌ ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ, ଜଷ୍ଟିସ୍‌ ରମନାଙ୍କ ନାଁକୁ ସୁପାରିଶ କରିଥିଲେ । ବର୍ତ୍ତମାନର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ଆସନ୍ତା ଏପ୍ରିଲ ୨୩ ତାରିଖରେ ସେବା ନିବୃତ ହେବେ ।୧୯୫୭ ମସିହା ଅଗଷ୍ଟ ୨୭ ତାରିଖରେ ମଧ୍ୟ ପ୍ରଦେଶର କୃଷ୍ଣା ଜିଲ୍ଲା ପୋନ୍ନବରମ ଗାଁରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍‌ ନଥାଲାପତି ଭେଙ୍କଟ ରମନା । ପ୍ରଥମେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ପରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର କାର୍ଯ୍ୟବାହୀ ମୁଖ୍ୟ ବିଚାରପତି ଥିଲେ । ସେ ୨୦୨୨ ମସିହା ଅଗଷ୍ଟ ୨୬ ତାରିଖରେ ସେବା ନିବୃତ ହେବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!