48

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପାଳିତ ହେଲା ପ୍ରତିଷ୍ଠା ଦିବସ

ଭୁବନେଶ୍ୱର ୦୬।୦୪: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି ଦଳ ପ୍ରତିଷ୍ଠା ଦିବସ । ୧୯୮୦ ମସିହାରୁ ପ୍ରତିଷ୍ଠା ଦିବସ ପାଳନ କରିଆସୁଛି । ଏହି ଅବସରରେ ପାର୍ଟି କାର୍ଯ୍ୟାଳୟରେ ପାର୍ଟି ପତାକା ଉତ୍ତୋଳନ କରାଯାଇଥିଲା । ପତାକା ଉତ୍ତୋଳନ ପରେ ପ୍ରଧାନମନ୍ତ୍ରୀ ଙ୍କ ବାର୍ତ୍ତା ଶୁଣିଥିଲେ ସବୁ ନେତା ଓ କର୍ମୀ । ରାଷ୍ଟ୍ରବାଦ ଓ ରାଷ୍ଟୀୟ ଏକତା , ଗଣତନ୍ତ୍ର, ମୂଲ୍ୟବୋଧ ଭିତ୍ତିକ ରାଜନୀତି, ଗାନ୍ଧିବାଦ ଦୃଷ୍ଟିକୋଣ ଉପରେ ଆଧାରିତ ସାମାଜିକ ଓ ଆର୍ଥିକ ସମତା, ସକାରାତ୍ମକ ପନ୍ଥା ନିରପେକ୍ଷତାକୁ ଫୋକସ୍ କରୁଛି ବିଜେପି । ପାର୍ଟି ପାଇଁ ବହୁ କର୍ମୀ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ସେମାନଙ୍କ ପାଇଁ ଆଜି ବିଜେପି ବହୁ ଆଗକୁ ଆସିପାରିଛି । ଓଡ଼ିଶା ବାସୀଙ୍କ ଭଲ ପାଇବା ମିଳିଛି। ସବୁ ଓଡ଼ିଆଙ୍କୁ ନ୍ୟାୟ ମିଳିବ ବୋଲି ସମୀର ମହାନ୍ତି , ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଓ ସମ୍ବିତ ପାତ୍ର କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!