Odian News
180

ରକ୍ତ ଦାତାଙ୍କୁ ଅଭିନନ୍ଦନ ଜଣାଇଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର,୧୬/୮(ମନୋଜ ପାତ୍ର):ରକ୍ତଦାନ ଜୀବନଦାନ, ରକ୍ତର ବିକଳ୍ପ ନାହିଁ ଏହା ଏକ ଅମୁଲ୍ୟ ସମ୍ପଦ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ।ରକ୍ତାଭାବ ଦୂର ପାଇଁବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ଓଡିଶା ମୋପାରିବାର ଏବଂ ଜୀବନବିନ୍ଦୁ ପକ୍ଷରୁ ରକ୍ତ ସଂଗ୍ରହ ଅଭିଯାନ ଜାରି ରହିଛି। ଏହି କ୍ରମରେ ବ୍ରହ୍ମପୁର ଠାରେ ମାନ୍ୟବର ବିଧାୟକ ଶ୍ରୀମାନ ବିକ୍ରମ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ରକ୍ତଦାନ ଶିବିରର ଶେଷ ଦିବସରେ ୬୦ ୟୁନିଟ ରକ୍ତ ସଂଗ୍ରହ ସହ ସମୂହ ୩୪୯ ରକ୍ତ ସଂଗ୍ରହ ହୋଇଛି । ବ୍ରହ୍ମପୁର ବିଧାୟକଙ୍କ ଆହ୍ୱାନ କ୍ରମେ ମହାମାରୀ ସମୟରେ ରକ୍ତାଭାବ ଦୂରକରିବା ପାଈଁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ସାହାସୀକତାର ପରିଚୟ ଦେଇଥିବା ଆଜିର ସମସ୍ତ ରକ୍ତଦାତା ମାନଙ୍କୁ ବିଧାୟକ ଶ୍ରୀ ପଣ୍ଡା ହାର୍ଦିକ ଅଭିନନ୍ଦନ ଜଣାଇଛନ୍ତି l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!