34

ଏପ୍ରିଲ ୧୯ରୁ ସବୁ ପ୍ରାପ୍ତ ବୟସ୍କଙ୍କୁ ମିଳିବ କରୋନା ଟିକା : ଆମେରିକା

ୱାଶିଂଟନ,୭।୪: ଆମେରିକାର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ କରୋନା ଟିକା ଦିଆଯିବ। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଘୋଷଣା କରିଛନ୍ତି । ଏପ୍ରିଲ ୧୯ରୁ ଏହି ଟିକାକରଣ ଅଭିଯାନ ଆରମ୍ଭ ହେବ। ପୂର୍ବରୁ ମେ’ ପହିଲାରୁ ପ୍ରାପ୍ତ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ଆମେରିକା ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା ।  ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଏପ୍ରିଲ ୧୯ରୁ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି । ସିଏନଏନ ରିପୋର୍ଟ ଅନୁସାରେ, ଜୋ ବାଇଡେନ୍ ଦାୟିତ୍ୱ ନେବାର ୭୫ ଦିନ ମଧ୍ୟରେ ୧୫୦ ମିଲିୟନ ଲୋକଙ୍କୁ ଟିକା କରଣ କରାଯାଇଛି । ଆମେରିକାରେ ସମସ୍ତ ୫୦ ରାଜ୍ୟରେ ଟିକାକରଣ ଜୋରଦାର କରାଯାଇଛି।   କରୋନା ଟିକାକରଣ ଅଭିଯାନ ଚାଲୁ ରହିଥିଲେ ମଧ୍ୟ ଆମେରିକାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରାଷ୍ଟ୍ରପତି ଜୋ ବାଇଡେନ ସମସ୍ତଙ୍କୁ କୋଭିଡ୍ ଗାଇଡଲାଇନ ପାଳନ କରିବା ସହ ବୟସ୍କମାନେ ଟିକାନେବାକୁ ଅପିଲ କରିଛନ୍ତି। ଗତ ମାସରେ ହ୍ୱାଇଟ ହାଉସ୍‌ରେ ଏକ ବୟାନ ଦେଇ ଜୋ ବାଇଡେନ କହିଥିଲେ, ଟିକାକରଣ କାର୍ଯ୍ୟକ୍ରମରେ ଫାର୍ମାସିଙ୍କ ସଂଖ୍ୟା ୧୭ ହଜାରରୁ ବୃଦ୍ଧି କରି ୪୦ ହଜାର ପର୍ଯ୍ୟନ୍ତ କରି ଦେଇଛନ୍ତି। ୧୯ ଏପ୍ରିଲ ସୁଦ୍ଧା ଏକ ଡର୍ଜରୁ ଅଧିକ ସାମୁହିକ ଟକାକରଣ କେନ୍ଦ୍ର ନିର୍ମାଣ କରାଯିବ। ବୟାନରେ ସେ ଆହୁରି କହିଛନ୍ତି, ଶାରୀରିକ ସମସ୍ୟା ଥିବା ଅଧିକ ବୟସ୍କ ଲୋକ ଏବଂ ଶାରୀରିକ ଭିନ୍ନକ୍ଷମ ଲୋକଙ୍କ ପାଖରେ ଟିକା ପହଞ୍ଚାଇବା ପାଇଁ ପରିବହନ ଏବଂ ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିବେ। ୯୦ ପ୍ରତିଶତ ବୟସ୍କଙ୍କୁ ୫ ମାଇଲ ଭିତରେ ଭାକ୍ସିନ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!