ଵ୍ରହ୍ମପୁର-୭/୪(ମନୋଜ କୁମାର ପାତ୍ର):ବ୍ରହ୍ମପୁର ଉପକଣ୍ଠ ତଥା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଉଞ୍ଜୁ ସ୍ଥିତ ଶ୍ରୀଶ୍ରୀ ମା ସାତ ଭଉଣୀ ପୀଠରେ ବିଶ୍ୱଶାନ୍ତି ପୂଜା କରାଯାଇଥିଲା।ଆଜି ଭୋର ସକାଳୁ ମା’ଙ୍କ ମାଜ୍ଜଣା,ନୀତିକାନ୍ତି କରିବା ସହ ବିଶ୍ୱର ମଙ୍ଗଳ ନିମନ୍ତେ ପ୍ରାଥନା କରାଯାଇଥିଲା।ଏହି ଅବସରରେ ନୂତନ ଭାବେ ଖନନ ହୋଇଥିବା ନଳକୂପକୁ ପୂଜା କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ରେ ଗୌଞ୍ଜୁ ସରପଞ୍ଚ ପ୍ରତିନିଧି ପ୍ରଫୁଲ୍ଲ ମହାରଣା ଯୋଗ ଦେଇଥିବା ବେଳେ ଆଗାମୀ ଦିନରେ ପୀଠ ର ଉର୍ଣ୍ଣତି ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୀମାଞ୍ଚଳ ରଣା,ଟୁକୁନା ରଣା,ସନ୍ତୋଷ ରଣା,ବୃନ୍ଦାବନ ରଣା ଓ ବୁଡୁ ରଣା ଙ୍କ ସମେତ ବହୁ ଗ୍ରାମ ବାସୀ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |