42

ବିଜେପି ଡଙ୍ଗରା ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ନବରଙ୍ଗପୁର,(ମିହିର ଶଙ୍କର ପାତ୍ର) ୦୭।୦୪:ଡଙ୍ଗରା ମଣ୍ଡଳ ସଭାପତି ସତ୍ୟବାନ୍ ନାୟକଙ୍କ ଅଧ୍ୟକ୍ଷତାରେ ବିଜେପି ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସଭାପତି ଯୋଗଦୀଶ ଚନ୍ଦ୍ର ବିଷୟୀ, ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର, କୃଷକ ମୋର୍ଚ୍ଚା ସଭାପତି ଅରୁଣ ପୂଜାରୀ ବିଜେପି ର ଆଭିମୁଖ୍ୟ ବିଷୟରେ କାର୍ଯ୍ୟକର୍ତ୍ତା ମାନଙ୍କୁ ବୁଝାଇ ଥିଲେ। ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା ସଂପାଦକ ଅରୁଣ ନାୟକ। ସହଯୋଗ କରିଥିଲେ ମୈଦଲପୁର ମଣ୍ଡଳ ସଭାପତି ବାବୁଲି ପାଳ ଏବଂ ଡାବୁଗାଁ ମଣ୍ଡଳ ସାଧାରଣ ସଂପାଦକ ମହେଶ ପାତ୍ର। ଅନ୍ୟ ମାନଙ୍କ ମଧ୍ୟରେ ଖୁଟବାଈ ସରପଞ୍ଚ ପ୍ରଭାକର ଜାନୀ, ପଦ୍ମନ ଗଉଡ, ଲିଙ୍ଗରାଜ ଗଉଡ, ରାମକୃଷ୍ଣ ପାଣିଗ୍ରୀ ଏବଂ ବିଭିନ୍ନ ପଞ୍ଚାୟତ ର କାର୍ଯ୍ୟକର୍ତ୍ତା ଉପସ୍ଥିତି ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!