ମାଲକାନଗିରି,୮୦/୦୪( ଶ୍ରୀନିବାସ ପଣ୍ଡା/ଭିକି ବାରିକ):ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ର ମୋଟୁ ଥାନା ଅନ୍ତର୍ଗତ କତାଗୁଡା ଗ୍ରାମ ନିକଟରେ ଆଜି ପୂର୍ବାହ୍ନ ପ୍ରାୟ 11 ଘଣ୍ଟିକା ସମୟରେ ହୋଇଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ବାଇକ ଆରୋହି ଙ୍କ ମତ୍ୟୁ ଘଟିଥିବା ଜଣା ପଡ଼ିଛି । ମୃତ୍ୟୁ ବ୍ୟକ୍ତି ଜଣକ ଏମ.ପି.ଭି -୮୧ ଗ୍ରାମର ଦୀନବନ୍ଧୁ ତରଫଦାର ।ସୂଚନା ପାଇ ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କ ନିର୍ଦ୍ଧେଶ କ୍ରମେ ଏ.ଏସ.ଆଇ ବନମାଳୀ ପ୍ରଧାନ ଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଭଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବାଇକ କୁ ଓ ଦିନବନ୍ଧୁଙ୍କ ମୃତ ଦେହ କୁ ଜବତ କରିଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଏ ନେଇ ମୋଟୁ ଥାନାରେ 35/2021 ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଏସ.ଆଇ ନିମାଇ ଚରଣ ପଣ୍ଡା କହିଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ ଦିନବନ୍ଧୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ରୁ ତାଙ୍କ ନିଜ ମୋଟର ସାଇକେଲ ରେ ନିଜ ଗ୍ରାମ ଏମ.ପି.ଭି ୮୧ ନମ୍ବର ଗ୍ରାମକୁ ଆସୁଥିବା ବେଳେ କତାଗୁଡା ଗ୍ରାମ ନିକଟରେ ଏକ ଗାଈକୁ ବାଇକ ଟି ପ୍ରଥମେ ଧକା ଦେବା ପରେ ବାଇକ ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗୋଟିଏ ଗଛରେ ପିଟି ହେଇଥିଲା। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |