18

ଭ୍ୟାକ୍ସିନ୍ ନେବା ପରେ ମଧ୍ୟ କରୋନାରେ ସଂକ୍ରମିତ ହେଲେ ଅଭିନେତ୍ରୀ ନଗମା

ମୁମ୍ବାଇ ୦୮/୦୪: ଏପର୍ଯ୍ୟନ୍ତ ଅନେକ ବଲିଉଡ ଷ୍ଟାର କରୋନା ସଂକ୍ରମିତ ହୋଇସାରିଲେଣି । ବର୍ତ୍ତମାନ ଏହି ତାଲିକାରେ ଅଭିନେତ୍ରୀ ତଥା ରାଜନେତା ନଗମାଙ୍କ ନାମ ମଧ୍ୟ ଯୋଡି ହୋଇଯାଇଛି । ନଗମାଙ୍କ କରୋନା ଟେଷ୍ଟ ପଜିଟିଭ୍ ଆସିଛି । ସେ କିଛି ଦିନ ପୂର୍ବରୁ କରୋନା ଭ୍ୟାକ୍ସିନ୍ ର ପ୍ରଥମ ଡୋଜ୍ ନେଇଥିଲେ ।ନଗମା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି । ନଗମା ଟ୍ୱିଟ୍ କରି କହିଛନ୍ତି ଯେ ମୁଁ କିଛି ଦିନ ପୂର୍ବରୁ ଭ୍ୟାକ୍ସିନ୍ ର ପ୍ରଥମ ଡୋଜ୍ ନେଇଥିଲି । ଗତକାଲି ମୁଁ କୋଭିଡ୍ ୧୯ ଟେଷ୍ଟ କଲି । ମୋର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି, ତେଣୁ ମୁଁ ନିଜକୁ ହୋମ୍ କ୍ୱାରେଣ୍ଟାଇନ୍ ରେ ରଖିଛି । ଦୟାକରି ସମସ୍ତ ଯତ୍ନ ନିଅନ୍ତୁ ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ । ଭ୍ୟାକ୍ସିନ୍ ର ପ୍ରଥମ ଡୋଜ୍ ନେବା ପରେ ମଧ୍ୟ । ‘ନଗମାଙ୍କ ଟ୍ୱିଟରେ ସୋନି ରଜଦାନ ଲେଖିଛନ୍ତି- ‘ଦୟାକରି ତୁମର ଯତ୍ନ ନିଅ । ଆଉ ଥରେ ଟେଷ୍ଟ କରାଇନିଅ । ଯଦି ତୁମର କୌଣସି ଲକ୍ଷଣ ନାହିଁ ତେବେ ଏହା ଭୁଲ ହୋଇପାରେ । ଯଦି କିଛି ଲକ୍ଷଣ ଥାଏ, ତେବେ ଏହା ସାମାନ୍ୟ ହୋଇଥିବ । ‘ ସେହିପରି ଅଭିନେତ୍ରୀ ଅଞ୍ଜୁ ମହେନ୍ଦ୍ର ଲେଖିଛନ୍ତି- ‘ନଗମା ବେବି ତୁମର ଯତ୍ନ ନିଅ । ଆଶା କରୁଛି ସୀମା ତୁମ ସହିତ ଅଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!