15

ବାରୁଣୀ ମେଳା ବନ୍ଦ ,ଲାଗିଲା ୧୪୪ ଧାରା

ଯାଜପୁର ୮।୪: କରୋନା ମହାମାରୀ ପାଇଁ ଯାଜପୁରରେ ହେବାକୁ ଥିବା ବାରୁଣୀ ମେଳାକୁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯାଜପୁରର ବୈତରଣୀ ନଦୀର ଦଶାଶ୍ବମେଧ ଘାଟରେ ପ୍ରତ୍ୟେକ ବର୍ଷ ମହାସମାରୋହରେ ବାରୁଣୀ ବୁଡ଼ ସହ ବାରୁଣୀ ମେଳା ଅନୁଷ୍ଠିତ ହୋଇଥାଏ । ହେଲେ ପୂର୍ବ ବର୍ଷ କରୋନା ମହାମାରୀ ପାଇଁ ଏହି ବାରୁଣୀ ମେଳା ବନ୍ଦ ଥିଲା । ତେବେ ଶୁକ୍ରବାର ହେବାକୁ ଥିବା ପ୍ରସିଦ୍ଧ ବାରୁଣୀ ମେଳକୁ ବନ୍ଦ କରାଯିବା ସହ ଘାଟ ଏବଂ ଏହା ସଂଲଗ୍ନ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବ । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯିବା ।ଏହାସହ ଅପ୍ରେଲ ନିୟମାବଳୀ ଅନୁସାରେ ୨ ଶହ ଲୋକଙ୍କଠାରୁ ଅଧିକ ଲୋକଙ୍କ ସମାଗମ ନ ହେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ନୋଟିସ ଜାରି କରାଯାଇଛି । ସେଥିପାଇଁ ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ଓ ସଂଲଗ୍ନ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ୧୪୪ ଧାରା ସହ ଲୋକଙ୍କ ଯାତାୟାତ ଉପରେ ରୋକ ଲାଗାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!