ମାଲକାନଗିରି ୦୮/୦୪/୨୧-( ଶ୍ରୀନିବାସ ପଣ୍ଡା )- କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିରିପେଟା ଗ୍ରାମ ନିକଟସ୍ଥ ସରଗୀଗୁଡା ଗ୍ରାମର ମଙ୍ଗଳା ମାଢି ପିତା-ଭାଗୀରଥି ମାଢୀ,ବୟସ-୪୩, କାଲି ସନ୍ଧ୍ୟାରେ ନିଜ ଘର ପାଖ ଏକ ଗଛ ମୂଳେ ଠିଆ ହୋଇଥିବା ବେଳେ ହଟାତ କାଳ ବୈଶାଖୀ ସହ ବର୍ଷା ଓ ଘଡଘଡି ସହ ବିଜୁଳି ମାରିଥିଲା। ଉକ୍ତ ବିଜୁଳି ମାଡ଼ ଏତେ ଭୟଙ୍କର ଥିଲା ଯେ ଗଛଟି ମଝିରେ ଫାଟ ସୃଷ୍ଟି ହେଇଯାଇଥିଲା। ଗଛ ନିକଟରେ ଥିବାରୁ ମଙ୍ଗଳା ମାଢୀ ସେହିଠାରେ ହିଁ ଟଳି ପଡ଼ିଥିଲେ, ତୁରନ୍ତ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ନିକଟସ୍ତ କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ମଙ୍ଗଳାଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି। ଏହି ଖବର ସମ୍ପୁର୍ଣ୍ଣ ଅଞ୍ଚଳରେ ଶୋକର ଛାୟା ଖେଳେଇ ଦେଇଛି। ସମାଜସେବୀ ଗୋପୀ ପାଂଗୀ ଓ ଗ୍ରାମ ବାସିନ୍ଦା ତୁରନ୍ତ ଉକ୍ତ ବ୍ୟକ୍ତି ଙ୍କ ପରିବାର ଲୋକଙ୍କୁ ହରିଶ୍ଚନ୍ଦ୍ର ସହାୟତା ଓ ବଜ୍ରାଘାତ ଅନୁକମ୍ପା ରାଶି ପ୍ରଦାନ ପାଇଁ ତହସିଲଦାର ଙ୍କୁ ଅନୁରୋଧ କରିଛନ୍ତି। ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |