130

ସୁଶାନ୍ତ ମୃତ୍ୟୁ ପଛରେ ରହିଛି ମନ୍ତ୍ରୀଙ୍କ ହାତ : ପୂର୍ବତନ ମନ୍ତ୍ରୀ ନାରାୟଣ ରାଣେ

ମୁମ୍ବଇ,୧୬/୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନାରାୟଣ ରାଣେ ରବିବାର ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ଏବଂ ଏହା ପଛରେ ଜଣେ ମନ୍ତ୍ରୀଙ୍କ ହାତ ରହିଛି ବୋଲି ସେ କହିଛନ୍ତି। ତେଣୁ ମୁମ୍ବଇ ପୁଲିସ ଚାପରେ ରହି ମାମଲାର ତଦନ୍ତ କରୁଛି ବୋଲି ରାଣେ ଅଭିଯୋଗ କରିଛନ୍ତି।ରବିବାର ଏକ ଟିଭି ଚ୍ୟାନେଲକୁ ରାଣେ କହିଛନ୍ତି, ସୁଶାନ୍ତଙ୍କୁ ନ୍ୟାୟ ପାଇଁ ସିବିଆଇ ତଦନ୍ତ ଜରୁରୀ। ସୁଶାନ୍ତ ଏବଂ ଦିଶା ସାଲିୟନଙ୍କ ମୃତ୍ୟୁ ମଧ୍ୟରେ ସମ୍ପର୍କ ରହିଛି। ଏସବୁ ଆତ୍ମହତ୍ୟା ନୁହେଁ। ଶିବସେନାର ମନ୍ତବ୍ୟ ବେଶ୍‌ ସନ୍ଦେହ ସୃଷ୍ଟି କରୁଛି। ରାଜ୍ୟର ଜଣେ ମନ୍ତ୍ରୀଙ୍କୁ ଟାର୍ଗେଟ କରି ରାଣେ କହିଛନ୍ତି ଯେ, ମୁଁ ଆଦିତ୍ୟ ଠାକ୍‌ରେଙ୍କ ନାମ ନେଇନାହିଁ। ଯେତେବେଳେ ଏହି ମାମଲା ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ, ତେବେ ସେ କାହିଁକି ମୁହଁ ଖୋଲୁଛନ୍ତି। ଏହି ମାମଲା ସୁପ୍ରିମକୋର୍ଟ ଯାଇଥିବାରୁ ସୁଶାନ୍ତଙ୍କ ନ୍ୟାୟ ମିଳିବା ରାସ୍ତା ମଜଭୁତ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!