46

ସୋପିଆରେ ଏନକାଉଣ୍ଟର, ୩ ଜଣ ଆତଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀର, ୧୧ା୪ : ଜାମ୍ମୁରେ  ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ସୋପିଆରେ ପୁଣି ଥରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ଏହି ଗୁଳିବିନିମୟରେ ଗୋଟିଏ ୧୪ ବର୍ଷର ନାବାଳକ ମଧ୍ୟ ରହିଛି । ଜାମ୍ମୁ-କାଶ୍ମୀର ପୋଲିସ୍ ର ସୁଚନା ଅନୁଯାୟୀ, ସୁରକ୍ଷାକର୍ମୀ ମାନେ ଉକ୍ତୁ ନାବାଳକକୁ ଆତ୍ମସମର୍ପଣ କରିବା ପାଇଁ କହିଥିଲେ । କିନ୍ତୁ ସେ ରାଜି ହୋଇନଥିଲା । ଫଳରେ ଯବାନାମାନେ ତାକୁ ଗୁଳି ମାରିବାକୁ ବାଧ୍ୟ ହୋଇଥିଲେ । ଏହାପରେ ସୋପିଆରେ ଯବାନ ମାନେ ସର୍ଚ୍ଚ ଅପରେସନ୍ କୁ ଜୋରଦାର କରିଛନ୍ତି । ସେଠାରେ ଏବେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଦକ୍ଷିଣ କାଶ୍ମୀରର ସୋପିଆର ହାଦିପୁରାରେ ଆତଙ୍କବାଦୀ ଲୁଚି ରହିଥିବା ଖବର ଯବାନ ମାନଙ୍କୁ ମିଳିଥିଲା । ଏହାପରେ ଯବାନ ମାନେ ସେଠାରେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଶନିବାର ସନ୍ଧ୍ୟାରେ ଜାମ୍ମୁ ଓ କଶ୍ମୀରର ଅନନ୍ତନାଗ ଓ ସୋପିଆଁ ଜିଲ୍ଲାରେ ଆତଙ୍କବାଦୀ ଓ ମିଳିତ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଆଉ ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ଘଟଣାସ୍ଥଳରୁ ଯବାନ ମାନେ ଗୋଟିଏ ଏକେ-୪୭ ଏବଂ ପିସ୍ତଲ ଉଦ୍ଧାର କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!