41

ମଧାମରେ ଚାଲିଛି କରୋନା ଉତ୍ସବ

 

ମାଲକାନଗିରି,୧୨/୪/୨୧ (ଶ୍ରୀନିବାସ ପଣ୍ଡା) :ମାଲକାନଗିରି ଜିଲ୍ଲାରେ ସରକାରୀ ନୀତି ନିର୍ଦ୍ଧାରିତ ଟୀକାକରଣ କାର୍ଯ୍ୟ ସୁଚାରୁରୂପେ ଚଳାଇବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଉଦ୍ୟମ ସନ୍ତୋଷ ଜନକ। ବରୋଟି ଟୀକା କେନ୍ଦ୍ର ଦ୍ୱାରା ସ୍ୱାସ୍ଥ୍ୟ ବିଭାଗ ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବାକୁ ଯୋଜନା କରି ପ୍ରଥମେ ଟୀକା କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। କାର୍ଯ୍ୟକ୍ରମ ଆରମ୍ଭ ସମୟରେ ଯଥେଷ୍ଟ ଭିଡ଼ ହେଉଥିବା ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ଅବସ୍ଥାରେ କେନ୍ଦ୍ର ସରକାର ଷାଠିଏ ବର୍ଷ କୁ କୋହଳ କୋହଳ କରି ୪୫ ବର୍ଷ ରୁ ଉର୍ଦ୍ଧ କରିବା ପରେ ଟୀକା କେନ୍ଦ୍ର ମାନଙ୍କରେ ଯଥେଷ୍ଟ ଭିଡ଼ ହେବା ଆଶା କରାଯାଉଥିଲା। କିନ୍ତୁ ସ୍ଥିତି ନୈରାଶ୍ୟ ଜନକ। ସକାଳ ଆଠଟା ରୁ ବାରଟା ଅପରାହ୍ନ ତିନିଟା ରୁ ଛଟା ପର୍ଯ୍ୟନ୍ତ ଟୀକା ଦିଆ କାର୍ଯ୍ୟ ଚାଲୁଥିବା ବେଳେ, ଆଜି ଅପରାହ୍ନ ଚାରି ଘଟିକା ପର୍ଯ୍ୟନ୍ତ ଶହେ ଚାଳିଶ ଜଣ ଟୀକା ନେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ବର୍ତ୍ତମାନ ଗୋଟିଏ କେନ୍ଦ୍ରକୁ ବନ୍ଦକରି ଏଗାର ଗୋଟି କେନ୍ଦ୍ରରେ ଟୀକାକରଣ କାର୍ଯ୍ୟ ଚାଲୁ ରଖିଛନ୍ତି। ଲୋକମାନଙ୍କ ମଧ୍ୟରେ ସଚେତନତା ଅଭାବ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସରକାର ଟୀକା ମାଗଣା କରି ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। କରୋନାକୁ ରୋକିବାପାଇଁ, ବର୍ତ୍ତମାନ ସରକାରୀ ସ୍ଥରରେ ଉଦ୍ୟମ କରି କୋକମାନଙ୍କୁ ଟୀକା କେନ୍ଦ୍ର ଅଭିମୁଖୀ କରିବା ସମୟ ଆସି ଯାଇଛି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!