20

ମାଲକାନଗିରି ର ସମସ୍ତ ପ୍ରବେଶ ପଥ ବନ୍ଦ।

ମାଲକାନଗିରି, ୧୨/୪/୨୧( ଶ୍ରୀନିବାସ ପଣ୍ଡା ) -ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼କୁ ସଂଯୋଗ କରୁଥିବା ବିଭିନ୍ନ ସଡ଼କ ପଥକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍‌ କରିଦିଆଯାଇଛି । ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ କରୋନାର ଦ୍ୱିତୀୟ ଲହର ତୀବ୍ରତର ହେବାରେ ଲାଗିଥିବାରୁ, ଆମ ରାଜ୍ୟରେ ଏହାକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼କୁ ଲାଗି ରହିଥିବା ବିଭିନ୍ନ ସୀମା ଗୁଡ଼ିକୁ ସିଲ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶାର ସୀମାନ୍ତ ୩ ଟି ରାଜ୍ୟକୁ ସଂଯୋଗ କରୁଥିବା ମୋଟୁ ଠାରେ ସିଲେରୁ ନଦୀ ପୋଲ ପାଖରେ ବେରିକେଟ୍ ନିର୍ମାଣ କରି ସୀମାକୁ ସିଲ୍‌ କରାଯାଇଛି । ଏଥିପାଇଁ ଆଜି ସକାଳେ ମାଲକାନଗିରି ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ , କାଲିମେଳା ବିଡ଼ିଓ ଉମାସଙ୍କର ଦଳାଇ ,ମୋଟୁ ତହସିଲଦାର ଶଶାଙ୍କ ମିଶ୍ର , ମୋଟୁ ପିଇଓ କେସବ ଚନ୍ଦ୍ର ଖରା ସମେତ ମୋଟୁ ପୁଲିସ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ସୀମାରେ ଟେଣ୍ଟ ଲଗାଇ ପଡ଼ୋଶୀ ରାଜ୍ୟରୁ ଆସୁଥିବା ବିଭିନ୍ନ ଯାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କ କରୋନା ପରୀକ୍ଷା ଓ ଟିକାକରଣ ବାବଦରେ ପଚାରି ବୁଝିଥିଲେ। ୭୨ ଘଣ୍ଟା ମଧ୍ୟରେ କୋଭିଡ ପରୀକ୍ଷା କରାଇଥିଲେ କିମ୍ବା ଭାକସିନ ଗ୍ରହଣ କରିଥିଲେ ଉପଯୁକ୍ତ କାଗଜପତ୍ର ଯାଞ୍ଚ ପରେ କୌଣଷି ବ୍ୟକ୍ତିଙ୍କୁ ରାଜ୍ୟରେ ପ୍ରବେଶ କରିବାକୁ ଅନୁମତି ମିଳିଥିବା ଦେଖିବାକୁ ମିଳିଛି। ପଡ଼ୋଶୀ ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ବିଭିନ୍ନ ଯାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ କୋଭିଡ଼ ଗାଇଡ୍ ଲାଇନ୍ ମାନିବାକୁ ପଡ଼ିବ ବୋଲି କୁହାଯାଇଛି । ଏଥିସହ ସ୍ଥାନୀୟ ଲୋକ କରୋନା ବିରୋଧୀ ଲଢ଼େଇକୁ ବ୍ୟାପକ କରିବା ପାଇଁ କୋଭିଡ ନିୟମ ମାନିବା ସହ ସମାଜିକ ଦୂରତା ମାନିବା ଓ ମାସ୍କ ବ୍ୟବହାର କରିବାକୁ ସଚେତନ କରାଯାଉଛି । ପ୍ରକାଶ ଥାଉକି ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ହୋଇ ୩୨୬ ନଂ ଜାତୀୟ ରାଜପଥ ଆନ୍ଧ୍ରପ୍ରଦେଶ କୁ ସଂଯୋଗ କରିଥିବାରୁ ଦୈନିକ ହଜାର ହଜାର ସଂଖ୍ୟାରେ ଲୋକ ଏହି ରାସ୍ତା ଦେଇ ଆଗମନ ଓ ପ୍ରତ୍ଯାବର୍ତ୍ତନ କରିଥାନ୍ତି। ଏଥିପାଇଁ କରୋନା ର ପ୍ରଥମ ପର୍ଯ୍ୟାୟ ବେଳେ ଏହି ସୀମାରେ କୋଭିଡ ପରୀକ୍ଷା କରାଯିବା ସହ ସେମାନଙ୍କୁ ବିଭିନ୍ନ ସ୍ଥାନରେ କ୍ଵାରେନ୍ଟାଇନ କରାଯାଉଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!