95

ମା’ବୈଷ୍ଣବୀ ଦେବୀଙ୍କ ଦର୍ଶନ ପାଇଁ ଖୋଲିଲା ମନ୍ଦିର

ନୂଆଦିଲ୍ଲୀ୧୬/୮: କରୋନା ମହାମାରୀ ପାଇଁ ବନ୍ଦ ଥିବା ମା’ବୈଷ୍ଣବୀ ଦେବୀଙ୍କ ମନ୍ଦିର ଆଜି ଠାରୁ ଭକ୍ତଙ୍କ ପାଇଁ ଖୋଲା ଯାଇଛି। ଜମ୍ମୁ-କାଶ୍ମୀର ପ୍ରଶାସନ  ଆଜି ଠାରୁ ମା’ବୈଷ୍ଣବୀ ଦେବୀଙ୍କ ଯାତ୍ରା ଆରମ୍ଭ କରିବାକୁ ଅନୁମତି ପ୍ରଦାନ କରିଛି। ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବା ପର ଠାରୁ ମାର୍ଚ୍ଚ ମାସରୁ ହିଁ ବୈଷ୍ଣବୀ ଦେବୀଙ୍କ ଯାତ୍ରା ବନ୍ଦ କରାଯାଇଥିଲା। ପ୍ରଥମ ସପ୍ତାହରେ ୨୦୦୦ ଶ୍ରଦ୍ଧାଳୁ ପ୍ରତିଦିନ ଦର୍ଶନ ପାଇଁ ଯାଇପାରିବେ। ଯେଉଁଥିରେ ୧୯୦୦ ଭାରତୀୟ ଓ ୧୦୦ ଜଣ ବିଦେଶୀ ଯାତ୍ରୀ ରହିବେ। ଏହି ଯାତ୍ରାରେ ସାମିଲ ହେବା ପାଇଁ ପ୍ରଶାସନ ପକ୍ଷରୁ ଅନେକ ନିୟମ ଲାଗୁ କରାଯାଇଛି। ଶ୍ରଦ୍ଧାଳୁଙ୍କୁ ଯାତ୍ରା ପୂର୍ବରୁ ଅନଲାଇନରେ ପଞ୍ଜୀକରଣ କରିବା ପରେ ହିଁ ଦର୍ଶନ ପାଇଁ ଅନୁମତି ମିଳିବ। ଭକ୍ତଙ୍କୁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଅଧିକ ରୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଏହା ବାଧ୍ୟତାମୂଳକ। ସମସ୍ତ ଯାତ୍ରୀଙ୍କର ପ୍ରବେଶ ଦ୍ୱାର ନିକଟରେ ଥର୍ମାଲ ସ୍କାନି କରାଯିବ।ଲୋକଙ୍କୁ ଫୋନରେ ଆରୋଗ୍ୟ ସେତୁ ଆପ୍ ଡ଼ାଉନଲୋଡ଼ କରିବାକୁ ପଡ଼ିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!