87

ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର,୧୬ /୮(ଓଡିଆନ ମିଡ଼ିଆ): ସେପ୍ଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ ।  ଏନେଇ ଆଜି ସୁଚନା ଦେଇଛନ୍ତି ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ଯେ, ‘ଅଧିବେଶନ କେମିତି ଚାଲିବ , ସେନେଇ ଲୋକସଭା ବାଚସ୍ପତିଙ୍କ ସହ କଥା ହୋଇଛି । କୋଭିଡ ନିୟମ ନେଇ କର୍ଣ୍ଣାଟକ ଓ ରାଜସ୍ଥାନ ବାଚସ୍ପତିଙ୍କ ସହ ଆଲୋଚନା ହୋଇଛି । ଅଧିବେଶନରେ ସରକାରଙ୍କ ସମସ୍ତ କୋଭିଡ ନିୟମ ମାନିବାକୁ ପଡିବ ।’ କେଉଁଠି ବିଧାନସଭା ବସିବ ସେନେଇ ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି ହୋଇନାହିଁ । ବିଧାନସଭା କି ଲୋକସେବା ଭବନରେ ବସିବ, ସେନେଇ ନିଷ୍ପତ୍ତି ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!