35

*ଐତିହାସିକ ପୋଡାଗଡ଼ ପୀଠରେ ମାଁ ଦନ୍ତେଶ୍ୱରୀଙ୍କ ଚୈତ୍ର ନବରାତ୍ର ପାଳିତ*

ନବରଙ୍ଗପୁର,୧୫/୪ (ମିହିର ଶଙ୍କର ପାତ୍ର):ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ ଅତୀତର କିମ୍ବଦନ୍ତୀ ବହନ କରୁଥିବା ପର୍ଜ୍ୟଟନ ସ୍ଥଳୀ ଐତିହାସିକ ପୋଡ଼|ଗଡ଼ ପୀଠର ମା ଦନ୍ତେଶ୍ୱରୀ ଦେଵୀ ଙ୍କ ନବରାତ୍ର ପୂଜା ଉମରକୋଟ ଗୁଲିପାଟଣା ସାହିରେ ରହୁଥିବା ପୋଡାଗଡ଼ ପୀଠର ପ୍ରକୃତି ଗବେଷକ କୈଳାଶ ଚନ୍ଦ୍ର ବେହେରା ଙ୍କ ନିଜ ବାସଭବନରେ ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି | ଗୁଲିପାଟଣା ଓ ଆଖପାଖ ଅଞ୍ଚଳର ବହୁ ଭକ୍ତ ନବରାତ୍ର ଉପବାସ ବ୍ରତ ପାଳନ କରୁଛନ୍ତି | ପୂଜାରେ ଚଣ୍ଡୀପାଠ, ଚଣ୍ଡୀପୁରାଣ ଇତ୍ୟାଦି ପାଠକୁ ନିଜେ କୈଳାଶ ଚନ୍ଦ୍ର ବେହେରା ନିଜ ହାତରେ କରୁଛନ୍ତି | ଏହି ସ୍ୱତନ୍ତ୍ର ପୂଜାରେ ପଚାଶ ରୁ ଉର୍ଦ୍ଧ ଭକ୍ତ ସାମିଲ ହୋଇଛନ୍ତି |କୋଭିଡ୍ ନିୟମ ଅନୁସାରେ ମୁହଁରେ ମାସ୍କ, ସାମାଜିକ ଦୂରତା ପାଳନ କରି ଵେଶ୍ ଶାନ୍ତି ଶୃଙ୍ଖଳା ରେ ପାଳନ କରି ଆସୁଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!