109

ଦହି-ଭେଣ୍ଡି ବେସର

ଆବଶ୍ୟକ ସାମଗ୍ରୀ : କିଛି ଛୋଟ ସତେଜ ଭେଣ୍ଡି, ୨ କପ୍ ଖଟା ହୋଇ ନ ଥିବା ବସାଦହି, ୩ଟି କଟା ଟମାଟୋ, ଗୋଟିଏ ଚୂନା ଚୂନା କଟା ପିଆଜ, ୨ ଚାମଚ ବଟା ସୋରିଷ, ୧ ଚାମଚ ଅଦା ଓ ରସୁଣ ବଟା, ୧ ଛୋଟଚାମଚ ପଞ୍ଚଫୁଟଣ, ୧ ଚାମଚ ଅଳ୍ପ ଭଜା ହୋଇଥିବା ବେସନ, ଅଳ୍ପ ଭୁସୁଙ୍ଗ ପତ୍ର , ସ୍ୱାଦ ଅନୁଯାୟୀ ତେଲ ଓ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ : ଭେଣ୍ଡିର ମୁଣ୍ଡ କାଟି ଧୋଇ ରଖନ୍ତୁ । କଡ଼େଇରେ ତେଲ ଗରମ କରି ନରମ ହେବା ପର୍ଯ୍ୟନ୍ତ ଭେଣ୍ଡିକୁ ଭାଜି ରଖନ୍ତୁ । ପ୍ୟାନରେ ତେଲ ଗରମ କରି ଫୁଟଣ ଓ ଭୁସୁଙ୍ଗ ପତ୍ର ପକାଇ କଟାପିଆଜ ଓ ଟମାଟୋ ପକାଇ ଭାଜନ୍ତୁ । ତେଲ ଛାଡ଼ି ଆସିଲେ ଦହି, ଭଜା ବେସନ, ସୋରିଷବଟା, ଅଦା ଓ ରସୁଣ ବଟା, ଲୁଣ, ହଳଦି ପକାଇ ଅଳ୍ପ ପାଣି ଦେଇ ଫୁଟାନ୍ତୁ । ଫୁଟି ଆସିଲେ ସେଥିରେ ଭେଣ୍ଡି ପକାଇ ଅଳ୍ପ ଆଞ୍ଚରେ ପାଣି ମାରି ଦିଅନ୍ତୁ । ଏହି ଦହି-ଭେଣ୍ଡି ବେସରକୁ ଗରମ ଭାତ ସହିତ ପରଷନ୍ତୁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!