73

‘ଅଟଳଙ୍କ ଜୀବନାଦର୍ଶନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଆହ୍ୱାନ’

ରାଜକନିକ।୧୬/୮(ଓଡ଼ିଆନ୍ ମିଡ଼ିଆ): ‘ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜେପେୟୀଙ୍କ ଜୀବନ ଏବଂ ତାଙ୍କ ଅବଦାନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଆହ୍ୱାନ’ ବୋଲି ରାଜକନିକା ଠାରେ ଆୟୋଜିତ ତାଙ୍କ ଶ୍ରାଦ୍ଧ ଦିବସରେ ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ମତବ୍ୟକ୍ତ କରିଛନ୍ତି । ବିଧାୟକଶ୍ରୀନାୟକ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ । ଶ୍ରୀନାୟକଙ୍କ ବାସଭବନରେ କୋଭିଡ୍ ନିୟମ ଅନୁଯାଇ ଅନୁଷ୍ଠିତ ଆଳି ନିର୍ବାଚନ ମଣ୍ଡଳୀସ୍ତରୀୟ ଶ୍ରାଦ୍ଧ ଦିବସରେ ରାଜକନିକା ଜୋନ୍ ସଭାପତି ରାଜେନ୍ଦ୍ର ବେହେରା, ନିହାର ନାୟକ, ନିହାର ସ୍ୱାଇଁ, ଅମର ପଲାଇ, ଯୁବନେତା ସତ୍ୟରଞ୍ଜନ ନାୟକ, ବିଜେପି କୃଷକ ସେଲର ନେତା ବେଣୁଧର ପରିଡ଼ା ପ୍ରମୁଖ ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ସହିତ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରି ବିଜେପି ସଦସ୍ୟ ମାନଙ୍କୁ ନିଜ ନିଜ ଘରେ ରହି ପାଳନ କରିବାରେ ସହାୟକ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!