43

ପରଲୋକରେ ପାଟଣାଗଡର ପୂର୍ବତନ ବିଧାୟକ

ବଲାଙ୍ଗିର,୧୮/୪- ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ରବିବାର ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ ୨ ବର୍ଷ ହେବ ଯକୃତ ଜନିତ ରୋଗରେ ପୀଡିତ ଥିଲେ । ପ୍ରାୟ ସମୟରେ ତାଙ୍କର ଡାଏଲିସିସ ଲାଗି ରହୁଥିଲା ।  ଶନିବାର ରାତିରେ ତାଙ୍କର ଦେହ ଅଧିକ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ କଟକ ନେବାବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ପରଲୋକ ଖବର ପାଇବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ମେହେର ପାଟଣାଗଡ ନିର୍ବାଚନ ମଣ୍ଡଳୀରୁ ୨ ଥର ବିଧାୟକ ମନୋନୀତ ହୋଇଥିଲେ । ସପ୍ତମ ବିଧାନ ସଭା ୧୯୭୭ ମସିହାରୁ ୧୯୮୦ ମସିହା ପର୍ଯ୍ୟନ୍ତ ଏବଂ ଦଶମ ବିଧାନ ସଭା ୧୯୯୦ରୁ ୧୯୯୫ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ଟିକେଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।ସେ ୧୯୮୧ ରୁ ୧୯୮୩ ମସିହା ପର୍ଯ୍ୟନ୍ତ ଜନତା ଦଳ ତରଫରୁ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ । ବିଧାନସଭାର ଡେପୁଟି ଚିଫ୍ ହ୍ୱିପ ଭାବରେ ୧୯୭୭ ରେ ତାଙ୍କୁ ଦାୟିତ୍ୱ ମିଳିଥିଲା । ଗତ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!