69

ନିୟମଗିରି ୟୁଥ କ୍ଳବ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଡୁରୁକିଳିମା ଦଳ ଚମ୍ପିୟାନ

ମୁନିଗୁଡା,:୧୯/୪(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ଅନ୍ତର୍ଗତ ଝାମରାଗୁଡା ଗ୍ରାମ ଠାରେ ନିୟମଗିରି ୟୁଥ କ୍ଳବ ତରଫରୁ ଅନୁଷ୍ଠିତ ହେଉଥିବା ଗ୍ରାମାଞ୍ଚଳ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଏହି ଫାଇନାଲ ମେଚଟି ଖୁଣ୍ଟବାଡି ଦଳ ଓ ଡୁରୁକିଲିମା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଖୁଣ୍ଟବାଡି ଦଳ ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଧାରିତ 12 ଓଭରରେ 64 ରନ କରିଥିବା ବେଳେ ଏହି ରନକୁ ପିଛାକରି ଡୁରୁକିଲିମା ଦଳ 8 ଓଭରରେ 3 ଟି ବିକେଟି ହରାଇ 67 ରନ କରି ଚମ୍ପିୟାନ ହୋଇଛି l ମେନ ଅଫ ମେଚ ଭାବେ ଡୁରୁକିଲିମା ଦଳର ଅନନ୍ତ ନୁନ୍ଦ୍ରୁକା ଓ ମେନ ଅଫ ସିରିଜ ଭାବେ ବାବୁଲା ନୁନ୍ଦ୍ରୁକା ବିବେଚିତ ହୋଇଥିଲେ l ମୁଖ୍ୟ ଅତିଥି ଭାବେ ପାତ୍ରଗୁଡା ସମିତି ସଭ୍ୟ ସୁକାନ୍ତ ପୁସିକା,ସମ୍ମାନିତ ଅତିଥିଭାବେ ମୁନିଗୁଡା ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଚତୁର୍ଭୁଜ ବନଛୋର, ସମ୍ମାନିତ ଅତିଥିଭାବେ ମୁନିଗୁଡା କ୍ରିକେଟ ଆସୋସିଏସନର ସଭାପତି ନନ୍ଦ କିଶୋର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ, ଝାମରାଗୁଡା ଗ୍ରାମର ବରିଷ୍ଠ ବ୍ୟକ୍ତି କୃଷ୍ଣ ପୁସିକା,ଦଶରଥ ପୁସିକା,ଭରତ ଭୋଇ,ବୁଦ୍ଧିମନ୍ତ ଭୋଇ ପ୍ରମୁଖ ଯୋଗଦେଇ ଚାମ୍ପିୟାନ ଦଳକୁ ଟ୍ରଫି ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ l ଏହି ଫାଇନାଲ ମେଚକୁ ଅମ୍ପାୟାର ଭାବେ ସରତ ଓ ସୁକାନ୍ତ ପରିଚାଳନା କରିଥିବା ବେଳେ ଉକ୍ତ ଟୁର୍ନାମେଣ୍ଟକୁ ନିୟମଗିରି ୟୁଥ କ୍ଳବର ମୁନା ପୁଷିକା,କୌଳାସ ଜାକେସିକା, ବାଦଲ ମାଝୀ,ବିନୋଦ ମାଝୀ, ମନୋଜ ପୁଷିକା,ଗୋବିନ୍ଦ ପୁଷିକା, ହେମନ୍ତ ପୁଷିକା,ରାଜୀବ ପୁଷିକା, ଗଣେଶ ପୁଷିକା,ଟୁନା,ଲାକ୍ସିତ ଗୁଡୁମ୍ବାକା ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ପରିଚାଳନା ଓ ସହଯୋଗ କରିଛନ୍ତି l ଏହି ଟୁର୍ନାମେଣ୍ଟରେ ବିଭିନ୍ନ ଗ୍ରାମରୁ 16 ଟି ଦଳ ଭାଗ ନେଇଥିଲେ l ଏହି ଗ୍ରାମାଞ୍ଚଳ ସ୍ତରୀୟ ଟୁର୍ନାମେଣ୍ଟର ଫାଇନାଲ ମେଚକୁ ଆଖ ପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଖେଳ ପ୍ରେମୀ ମାନେ ଆଗ୍ରହର ସହିତ ଖେଳକୁ ଉପଭୋଗ କରୁଥିବା ଦେଖାଯାଇଛି l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!