31

ସମ୍ମାନିତ ସମ୍ମାନିତ କବି ଡ.ପଦ୍ମଲୋଚନ ରାଉତ

ମାଲକାନଗିରି, ୧୯/୪  ( ଶ୍ରୀନିବାସ ପଣ୍ଡା/କାଲିମେଳା ଭିକି ବାରିକ) ମାଲକାନଗିରି ଜିଲ୍ଲା କାଲିମେଳା ଗୋପବନ୍ଧୁ ଆଞ୍ଚଳିକ ମହାବିଦ୍ୟାଳୟ ର ଇଂରାଜୀ ପ୍ରଫେସର   ଡ.ପଦ୍ମଲୋଚନ ରାଉତ ଜଣେ ସମ୍ମାନିତ କବି ଭାବରେ କାଲିମେଳା ଅଞ୍ଚଳ ର ଗୈାରବ କୁ ଦ୍ଵିଗୁଣିତ କରିଛନ୍ତି। ସେ ବିଭିନ୍ନ ସମୟରେ ଅନେକ ଥର କବିତା ରଚନା କରି ବିଭିନ୍ନ କ୍ଷେତ୍ର ରେ ସମ୍ମାନ ଜନକ ପୁରସ୍କାର ହାସଲ କରିଛନ୍ତି। ତାଙ୍କ ଏହି ଅବଦାନ ବା ରଚିତ କବିତା ସମାଜ ପାଇଁ ଅନେକ ଭଲ ବାର୍ତ୍ତା ଦେଇଛି। ଶ୍ରୀ ରାଉତ ଆଜି ପର୍ଯ୍ୟନ୍ତ ଅନେକ ସମ୍ମାନ ରେ ସମ୍ମାନିତ। ତାଙ୍କର ସମ୍ମାନ ଜନିତ ପୁରସ୍କାର ଗୁଡ଼ିକ ହେଉଛି -ଆଜିକାଲି ସମ୍ମାନ ବାଲେଶ୍ୱର୨୦୦୪,ପଦ୍ମ ସମ୍ମାନ ପଦ୍ମଲୋଚନ ପାଠାଗାର,ବାଲେଶ୍ଵର ୨୦୦୯,ଅଷ୍ଟଭୁଜା ପ୍ରତିଭା ସମ୍ମାନ ଅଷ୍ଟଭୁଜା ସାହିତ୍ୟ ସଂସଦ ଲୁଇସିଂହା ବଲାଙ୍ଗିର ୨୦୦୯, ସୁନାଫୁଲ ଗୋଲାପ ସମ୍ମାନ ବିଶ୍ଵ ସାହିତ୍ୟ ସେବା ସଂଘ ଚୈଦ୍ଵାର କଟକ ୨୦୦୯,ପ୍ରତିବିମ୍ବ ଫିଉଚର ସମ୍ମାନ ବାଲେଶ୍ଵର ୨୦୧୦,ଦୀନକୃଷ୍ଣ ସେଠୀ ସମ୍ମାନ ବାଲେଶ୍ଵର୨୦୧୦,ରାଷ୍ଟିୟ ଶିକ୍ଷା ରତନ ଆୱଡ ଏମ.ଭି.ଏଲ.ଏ ଟ୍ରଷ୍ଟ  ୨୦୧୯,ନ୍ୟାସନାଲ ବୁଲଡର ଆୱଡ ନଟାରି କ୍ଲବ ମୁମ୍ବାଇ ୨୦୨୦,ବିକ୍ଷିପ୍ତl ସାହିତ୍ୟ ସମ୍ମାନ, 2021. ବିକ୍ଷିପ୍ତl ସାହିତ୍ୟ ସାଂସଦ, ବୁଗୁଡ଼ା, ଗଞ୍ଜାମ ,ରଙ୍ଗ ଫଗୁଣ କବିତା ସମ୍ମାନ -2021 ,ସାହିତ୍ୟ ଜୀବନ ସମ୍ମାନ,-2021ପାଇ ନିଜ ଅଞ୍ଚଳକୁ ଗୌରବମୟ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!