61

କେନାଲ ବନ୍ଧ ଭାଙ୍ଗି ଏମ୍ ପି ଭି ୨ ଗ୍ରାମର ଚାଷ ଜମି ଭାସୁଛି

ମାଲକାନଗିରି, ୨୧/୪/୨୧ (ଶ୍ରୀନିବାସ ପଣ୍ଡା) ନିମ୍ନ ମାନର କାମ ଯାଗୁଁ ଆଜି ତାମସା ମୁଖ୍ୟ କେନାଲ ଭାଙ୍ଗିଯାଇଛି। ମାଲକାନଗିରି ଜିଲ୍ଲାର ଏମଭି-୭ ନମ୍ବର ନିକଟରେ ତାମସା ମୁଖ୍ୟ କେନାଲ ଭାଙ୍ଗିଛି। ଫଳରେ ଏମପିଭି-୨ ଗାଁ ସହ ଶହ ଶହ ଏକର ଚାଷ ଜମିରେ ପାଣି ପ୍ରବେଶ କରିବା ଫଳରେ ଧାନ, ବାଦାମ ଚାଷ ନଷ୍ଟ ହେବା ସହ ନିକଟରେ ପୋଖରୀରେ ହୋଇଥିବା ମାଛ ଚାଷ ମଧ୍ୟ ନଷ୍ଟ କ୍ଷତିଗ୍ରସ୍ତ ହେଇଛି। ଏମପିଭି-୨ ଗାଁରେ ପାଣି ପଶିଯିବାରୁ ଗ୍ରାମଟି ଜଳମଗ୍ନ ହେବାସହ ଅନେକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି। ବର୍ତ୍ତମାନ ସୁଦ୍ଧା ବି ପାଣିର ପ୍ରଖରତା କମି ନଥିବାରୁ ତଳିଆ ଗାଁ ଗୁଡିକର ଲୋକେ ଚିନ୍ତାରେ ଅଛନ୍ତି। ଏମପି ଭି-୨ ଗ୍ରାମର ଅନେକ ପରିବାର ଆସବାବପତ୍ର ଧରି ସୁରକ୍ଷିତ ସ୍ଥାନକୁ ଯାଉଥିବା ଦେଖାଯାଉଛି। ରିପୋର୍ଟ ଲେଖାଯିବା ବେଳକୁ ଜଳସେଚନ ବିଭାଗର କୌଣସି କର୍ମଚାରୀ ପହଞ୍ଚି ନଥିବା ବେଳେ, ଜିଲା ପ୍ରଶାସନ ସେଭଳି ତତ୍ପରତା ଦେଖିବାକୁ ମିଳିନାହିଁ।

ରାତି ହେବାରୁ ବିପଦ ମଧ୍ୟ ବଢୁଛି। ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏପରି ହୋଇଥିବା ଅଭିଯୋଗ ହେଉଛି। କେନାଲର ମରାମତି ଏବଂ ତଦାରଖ ପାଇଁ ବିଭାଗୀୟ ଅଧିକାରୀ ନିଯୁକ୍ତି ପାଇଥିବା ବେଳେ କିପରି ଅଣଦେଖା କଲେ ଏହା ଏବେ ତଦନ୍ତ ସାପେକ୍ଷ। ଏନେଇ ଉପଜିଲ୍ଲାପାଳ, ତହସିଲଦାରଙ୍କୁ ପଚାରିବାରୁ ଏବିଷୟରେ ଜାଣିନଥିବା କହିବା ସହ ଦେଖୁଛି ବୋଲି କହିଥିଲେ। ଏଠାରେ ପ୍ରକାଶ କରୁକି ବାଲିମେଳା ଇରିଗେସନ ବିଭାଗ ସବୁବେଳେ ବିବାଦ ମଧ୍ୟରେ। ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ହେଉଥିବାରୁ କେନାଲବନ୍ଧ ଭାଙ୍ଗିବା ଫଳରେ ତଳ ମୁଣ୍ଡକୁ ପାଣି ପହଞ୍ଚି ପାରୁନାହିଁ।ଯାହାଫଳରେ କେବଳ ଚାଷ ଉପରେ ନିର୍ଭର କରି ବଞ୍ଚୁଥିବା ଚାଷୀମାନେ ନିଆଣ୍ଟିଆ ପାଣିପାଇଁ ଠୀକ ଭାବରେ ଚାଷ କରି ପାରୁନାହାନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!