21

‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟ୍ରେଲର ରିଲିଜ୍

ମୁମ୍ବାଇ ୨୨/୦୪: ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟ୍ରେଲର ରିଲିଜ୍ ହୋଇଛି । ସଲମାନ ଇଦ୍ ଅବସରରେ ତାଙ୍କ ଫ୍ୟାନ୍ସମାନଙ୍କୁ ଉପହାର ଦେବେ । ଚଳିତ ବର୍ଷ ଇଦ୍‌ରେ ଫିଲ୍ମ ‘ରାଧେ’ ରିଲିଜ୍ ହେବ ବୋଲି ସେ ଘୋଷଣା କରିଛନ୍ତି ।ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା । ଏଥିରେ ସଲମାନ ଖାନଙ୍କ ସହ ଅଭିନେତ୍ରୀ ଦିଶା ପାଟନି ଅଭିନୟ କରିଛନ୍ତି । ଏଥିସହିତ ଜ୍ୟାକି ଶ୍ରଫ୍ ଏବଂ ରଣଦୀପ ହୁଡା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।କରୋନା କାରଣରୁ ଅଧିକାଂଶ ସ୍ଥାନରେ ସିନେମା ହଲ୍ ବନ୍ଦ । ଏଭଳି ପରିସ୍ଥିତିରେ ସଲମାନ ଖାନ କହିଛନ୍ତି ଯେ ଚଳିତ ବର୍ଷ ମେ ମାସରେ ଇଦ୍ ଅବସରରେ ଏହି ଫିଲ୍ମ ରିଲିଜ୍ ହେବ । ଫିଲ୍ମ ‘ରାଧେ’କୁ ସିନେମାହଲ ସହିତ ଓଟିଟି ପ୍ଲାଟଫର୍ମରେ ମଧ୍ୟ ରିଲିଜ୍ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!