43

ନୃତ୍ୟ ପ୍ରତିଯୋଗୀତାରେ ଭବେଶଙ୍କୁ ମିଳିଛି ସଫଳତା

ସୁବର୍ଣ୍ଣପୁର ,୨୩/୪:ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳର କୁନି କଳାକାରଙ୍କୁ ନୃତ୍ୟ ପ୍ରତିଯୋଗୀତାରେ ମିଳିଛି ସଫଳତା । ସିର୍’ଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦମ୍’ପୁର ,ବରଗଡ ପକ୍ଷରୁ ଅନୁଷ୍ଠିତ ଅନ୍’ଲାଇନ ନୃତ୍ୟ ପ୍ରତିଯୋଗୀତାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ତେନ୍ତୁଳିମହଦା ଗ୍ରାମର ଭାସ୍ବତ ଭବେଶ ମିଶ୍ରଙ୍କୁ ମିଳିଛି ଏହି ସଫଳତା । ଭାସ୍ବତ ଭବେଶ ମିଶ୍ର ଏହି ଅନଲାଇନ ପ୍ରତିଯୋଗୀତାରେ ପଶ୍ଚିମ ଓଡିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନରୁ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ଏହା ପୂର୍ବରୁ ମଧ୍ୟ ସେ କିଶୋର କଳିକା,କେଦାର ଭାରତୀ,ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ଭଳି ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି । ଭାସ୍ବତଙ୍କ ଏହି ସଫଳତା ପାଇଁ ସବୁଆଡୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟୁଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!