17

ଓସ୍କାର ପୁରସ୍କାର ଘୋଷଣା; ବାଜି ମାରିଲା ‘ନୋମାଡ୍‌ଲ୍ୟାଣ୍ଡ’

ଲସ୍‌ଆଞ୍ଜେଲ୍ସ: ୯୩ତମ ଓସ୍କାର ପୁରସ୍କାର ରବିବାର ସନ୍ଧ୍ୟାରେ ଘୋଷଣା ହୋଇଛି। ବହୁ ପ୍ରତୀକ୍ଷିତ ଏହି ପୁରସ୍କାର ପ୍ରଦାନ ସମାରୋହରେ ବାଜି ମାରିଛି ଚଳଚ୍ଚିତ୍ର ‘ନୋମାଡ୍‌ଲ୍ୟାଣ୍ଡ’। ଏହି ଚଳଚ୍ଚିତ୍ର ୩ଟି ପୁରସ୍କାର ହାତେଇବା ସହିତ ୨୦୨୧ର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଆଖ୍ୟା ଅର୍ଜନ କରିଛି। ନୋମାଡ୍‌ଲ୍ୟାଣ୍ଡର ନିର୍ଦେଶକ କ୍ଲୋଇ ଚାଓ ଶ୍ରେଷ୍ଠ ନିର୍ଦେଶକ ଭାବେ ପୁରସ୍କାର ପାଇଛନ୍ତି। ସେ ୨ୟ ମହିଳା ଭାବେ ଶ୍ରେଷ୍ଠ ନିର୍ଦେଶକ ପୁରସ୍କାର ପାଇଛନ୍ତି। ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଫ୍ରାନ୍ସିସ ମ୍ୟାକ୍‌ଡୋରମାଣ୍ଡଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।ଅନ୍ୟପଟେ ଚଳଚ୍ଚିତ୍ର ‘ଦ ଫାଦର’ ଲାଗି ବିଶିଷ୍ଟ ଅଭିନେତା ଆନ୍ଥୋନୀ ହପ୍‌କିନ୍ସଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ସବୁଠୁ ବୟସ୍କ ଅଭିନେତା ଭାବେ ସେ ଏହି ପୁରସ୍କାର ପାଇଛନ୍ତି। ଏହାବ୍ୟତୀତ ସହ ଅଭିନେତା ଭାବେ ଡାନିଏଲ କାଲୁୟଙ୍କୁ ପୁରସ୍କାର ମିଳିଛି। ‘ଜୁଡାସ ଆଣ୍ଡ ଦ ବ୍ଲାକ ମସିହା’ ଚଳଚ୍ଚିତ୍ର ପାଇଁ ସେ ଏହି ପୁରସ୍କାର ହାସଲ କରିଛନ୍ତି। ସହ ଅଭିନେତ୍ରୀ ଭାବେ ୟୁ-ଜୁଙ୍ଗ ୟୁନଙ୍କୁ ‘ମିନାରି’ ଚଳଚ୍ଚିତ୍ର ପାଇଁ ପୁରସ୍କାର ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!