40

ପ୍ରଥମ ଓଡିଆ ଚଳଚ୍ଚିତ୍ର ‘ସୀତା ବିବାହ’ ବର୍ଷପୂର୍ତ୍ତି, ସବ୍ୟସାଚୀ ଓ ଆଶୁତୋଷ ଙ୍କୁ ସିନେ କ୍ରିଟିକ୍ ସମ୍ମାନ

ଭୁବନେଶ୍ଵର ୨୯।୦୪: ସ୍ଵର୍ଗତ ମୋହନ ସୁନ୍ଦର ଦେବ ଗୋସ୍ଵାମୀଙ୍କ ଦ୍ଵାରା ନିର୍ମିତ ପ୍ରଥମ ଓଡିଆ ଚଳଚ୍ଚିତ୍ର  ‘ସୀତା ବିବାହ’ ୧୯୩୨ ମସିହା ଏପ୍ରିଲ ୨୮ରେ ପୁରୀ ଲକ୍ଷ୍ମୀ ଟକିଜ୍‌ରେ ମୁକ୍ତିଲାଭ କରିଥିଲା। ଏହି ସ୍ମରଣୀୟ ଦିନକୁ ଓଡିଶା ସିନେ କ୍ରିଟିକ୍ ଆସୋସିଏସନ ପକ୍ଷରୁ ପ୍ରତି ବର୍ଷ ‘ସୀତା ବିବାହ ଦିବସ’ ରୂପେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବୁଧବାର ଏହି ଦିବସ ପାଳନ କରାଯାଇଛି। ଏହି ଅବସରରେ ଆସୋସିଏସନ ପକ୍ଷରୁ ଆଜି ବୁଦ୍ଧ ମନ୍ଦିର ପରିସର ମଧ୍ୟରେ  କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଦୁଇ ପ୍ରଖ୍ୟାତ ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ଆଶୁତୋଷ ପଟ୍ଟନାୟକଙ୍କୁ ସ୍ଵତନ୍ତ୍ର ଭାବେ ସିନେ କ୍ରିଟିକ୍ ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି।   ଏହି ଉତ୍ସବରେ ମହାବୋଧି ସୋସାଇଟିର ସଂପାଦକ ସୋରେନ ମହାପାତ୍ର, ସିନେ କ୍ରିଟିକ୍ ଆସୋସିଏସନର ସଭାପତି ପ୍ରଦୋଷ ପଟ୍ଟନାୟକ, ସଂପାଦକ ଦିଲ୍ଲୀପ ହାଲି, ରବୀନ୍ଦ୍ର ବିଶ୍ଵାଳ ଓ ପ୍ରଶାନ୍ତ ପାଇକରାୟ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!