58

ଜଳୁଛି ୫୦ ଲକ୍ଷ ଟଙ୍କାର ନଡା

ଏମ୍‌ବିକେ ଛତୁ ଫାର୍ମିଂରେ ଗଚ୍ଛିତ ୧୫ଲକ୍ଷ ବିଡ଼ା ନଡ଼ାରେ ଲାଗିଛି ନିଆଁ ।

ନିଆଁ ଲିଭାଇବା ପାଇଁ ଲାଗିଛି ତିନୋଟି ଅଗ୍ନିଶମ ଗାଡ଼ି ।

ରାଜକନିକା,୨୯/୪ : ରାଜକନିକା ବ୍ଲକ୍ ଅନ୍ତର୍ଗତ ବତ୍ତନୀ ଗ୍ରାମରେ ବୁଧବାର ଏମ୍‌ବିକେ ଛତୁ ଫାର୍ମିଂରେ ଗଚ୍ଛିତ ୧୫ଲକ୍ଷ ବିଡ଼ା ନଡ଼ାରେ ଲାଗିଛି ନିଆଁ । ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବାର ପ୍ରାଥମିକ ଆକଳନ କରାଯାଉଛି । ଏହା ସହିତ ଆଜି ସୁଦ୍ଧା ନିଆଁ ଲିଭାଇବା ପାଇଁ ଆଳି ଏବଂ ରାଜକନିକା ଅଗ୍ନିଶମ ବିଭାଗର ତିନୋଟି ଗାଡ଼ି ସହ କର୍ମଚାରୀମାନେ ଲାଗିପଡ଼ିଛନ୍ତି । ଏମ୍‌ବିକେ ଛତୁ ଫାର୍ମିଂରେ ଛତୁ ଚାଷ ଲାଗି ଗ୍ରାମର ବିଶିଷ୍ଟ ସାମାଜିକ କର୍ମୀ ତଥା ଉଦ୍ୟୋଗୀ ପ୍ରମୋଦ କୁମାର ସିଂଙ୍କ ଗଚ୍ଛିତ ୧୫ଲକ୍ଷ ବିଡ଼ାର ନଡ଼ାରେ ଏହି ନିଆଁ ଲାଗିଛି । ଏହାର ଅନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ହେବା ନେଇ ଆକଳନ କରାଯାଉଛି । କିଛି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଖବର ପାଇ ଆଳି ଏବଂ ରାଜକନିକାର ତିନୋଟି ଅଗ୍ନିଶମ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରି ନାହାଁନ୍ତି । ରାଜକନିକା ଥାନାରେ ଅଭିଯୋଗ ପରେ ଦୁବୃର୍ତ୍ତଙ୍କୁ ଧରିବା ପାଇଁ ପୁଲିସ ତନାଘନା ଆରମ୍ଭ କରିଛି । ଏହି ଛତୁ ପ୍ଲାଟଂ ଦ୍ୱାରା ଗ୍ରାମର ବହୁ ବେକାର ଯୁବକ ମାନେ ନିଜର କର୍ମ ସଂସ୍ଥାନ ପାଇ ପାରିଥିଲେ । ଏବେ ମହାମାରୀ କରୋନା ସମୟରେ ସେମାନଙ୍କ ଜୀବିକା ପ୍ରତି ସଙ୍କଟ ଦେଖାଦେଇଛି । ଗତ ବର୍ଷ କରୋନା ମହାମାରୀ ସମୟରେ ଓଡ଼ିଶା ବିଶିଷ୍ଟ ଶିଳ୍ପ ଉଦ୍ୟେଗୀ ଶ୍ରୀସିଂ ନିଜ ଗ୍ରାମରେ ଏକ ବୃହତ୍ତ ଛତୁ ପ୍ଲାଟଂ ପ୍ରତିଷ୍ଠା କରି ବେକାରୀ ଯୁବକ ମାନଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବାକୁ ଗାଁକୁ ଆଗେଇ ଆସିଥିଲେ । ହେଲେ ଗୋଟିଏ ବର୍ଷ ପରେ ପୁଣି କରୋନାର ଦ୍ୱିତୀୟ ଲହର ସମୟରେ ଦୁବୃର୍ତ୍ତଙ୍କ ଏଭଳି ଘୃଣ୍ୟ କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ବଳ । ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏହି ଘଟଣାରେ ରାଜକନିକାର ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ପୁଲିସ ଘଟଣାର ତଦନ୍ତ କରି ଦୁବୃର୍ତ୍ତଙ୍କୁ ଗିରଫ କରିବାକୁ ସାଧାରଣରେ ଦାବି ହେଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!