35

ତାମିଲ ନିର୍ଦ୍ଦେଶକ କେ.ଭି ଆନନ୍ଦଙ୍କ ପରଲୋକ ।

ମୁମ୍ବାଇ ୩୦/୪ :  ତାମିଲ ନିର୍ଦ୍ଦେଶକ ତଥା ସିନେମାଟୋଗ୍ରାଫର କେ.ଭି ଆନନ୍ଦଙ୍କ ଆଜି ଦେହାନ୍ତ ହୋଇଛି । ଚେନ୍ନାଇରେ ହୃଦଘାତରେ ତାଙ୍କର ପରଲୋକେ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ଟଲିଉଡରେ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ସୋସିଆଲ ମିଡିଆ ଜରିଆରେ ସେଲିବ୍ରିଟିମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି । କେ.ଭି ଆନନ୍ଦ ଫଟୋ ସାମ୍ବାଦିକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ପରେ ସେ ପ୍ରସିଦ୍ଧ ସିନେମାଟୋଗ୍ରାଫର ପିସି ଶ୍ରୀରାମଙ୍କ ସହ ଗୋପୁରା ଭସାଲିଲି, ମେରା, ଦେୱର ମଗନ, ଅମ୍ରାନ ଏବଂ ତିରୁଦା ଥିରୁଦା ଭଳି ଚଳଚ୍ଚିତ୍ରରେ ସହକାରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୯୪ ରେ ମାଲାଲାୟମ୍ ଚଳଚ୍ଚିତ୍ର Thenmavin Kombath ପାଇଁ ଶ୍ରୀରାମ କେ.ଭି ଆନନ୍ଦଙ୍କ ନାଁ ସୁପାରିଶ କରିଥିଲେ, ଯେଉଁଥିପାଇଁ ଆନନ୍ଦ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ । ଏକ ଦଶନ୍ଧି ଧରି ସିନେମାଟୋଗ୍ରାଫର ଭାବେ କାର୍ଯ୍ୟ କରିବା ପରେ ସେ ୨୦୦୫ ରେ ନିର୍ଦ୍ଦେଶନା କ୍ଷେତ୍ରରେ ପ୍ରବେଶ କରିଥିଲେ । ୨୦୦୮ରେ, ସେ ନିର୍ମାଣ କରିଥିଲେ ଆକ୍ସନ୍ ଏରଣ୍ଟରଟେନ୍‌ ଫିଲ୍ମ । ଯାହାକି ବ୍ଲକବଷ୍ଟର ପ୍ରମାଣିତ ହୋଇଥିଲା । ଏଥିରେ ମୁଖ୍ୟ ଭୂମିକାରେ ସୂର୍ଯ୍ୟ ଏବଂ ତମନ୍ନା ଅଭିନୟ କରିଛନ୍ତି । କେ.ଭି ଆନନ୍ଦଙ୍କ ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ସମସ୍ତେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଦୁଃଖ ପ୍ରକାଶ କରୁଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!