170

ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ପରଲୋକ

ନୂଆଦିଲ୍ଲୀ୩୦/୪: ବରିଷ୍ଠ ସାମ୍ବାଦିକ ତଥା ଲୋକପ୍ରିୟ ଟିଭି ଉପସ୍ଥାପକ ରୋହିତ ସରଦାନାଙ୍କର ପରଲୋକ ଘଟିଛି। ଶୁକ୍ରବାର ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିଲେ, ମାତ୍ର ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ତାଙ୍କ ବିୟୋଗ ଗଣମାଧ୍ୟମ ଶିଳ୍ପକୁ ଏକ ଶକ୍ତ ଧକ୍କା ଲାଗିଛି। ଅନେକ ପ୍ରସିଦ୍ଧ ସାମ୍ବାଦିକ ତାଙ୍କ ଦେହାନ୍ତ ଖବରକୁ ଶେୟାର କରିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି।ସରଦାନା ୨୦୧୭ରେ ଆଜତକ୍‌ ଚ୍ୟାନେଲରେ ନ୍ୟୁଜ ଉପସ୍ଥାପକ ଭାବେ ଯୋଗଦେଇଥିଲେ। ସେ ଆଜ୍‌ତକ୍‌ର ଲୋକପ୍ରିୟ ବିତର୍କ ଶୋ ‘ଦଙ୍ଗଲ’କୁ ସଞ୍ଚାଳନ କରୁଥିଲେ। ଏହାପୂର୍ବରୁ ସେ ଜି ନ୍ୟୁଜରେ ମଧ୍ୟ ଉପସ୍ଥାପକ ଭାବେ କାର୍ଯ୍ୟ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!