37

କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୨ ନର୍ସଙ୍କ ସମେତ ୧୮ ମୃତ

ଗୁଜରାଟ,୧/୫: ଗୁଜରାଟର ଭରୁଚର ଏକ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଶନିବାର ଖବର ମିଳିଛି। କିଛି ରୋଗୀ ଆହତ ମଧ୍ୟ ହୋଇଛନ୍ତି। ହସ୍ପିଟାଲରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର କାରଣ ଏଯାବତ ଅସ୍ପଷ୍ଟ ରହିଛି। ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ନେଇ ଖବର ପାଇବା ମାତ୍ରେ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ପୁଲିସ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୬ ଜଣ କରୋନା ରୋଗୀଙ୍କ ସହ ହସ୍ପିଟାଲର ୨ ଜଣ ନର୍ସଙ୍କ ମଧ୍ୟ ମୃତ୍ୟୁ ହୋଇଛି। ପ୍ରାୟ ୫୦ ଜଣଙ୍କୁ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏକ ଆଇସିୟୁରେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା ଓ ଅନ୍ୟ ଆଇସିୟୁକୁ ବ୍ୟାପି ଯାଇଥିଲା। ତେବେ ଆଇସିୟୁ ଥିବା ମହଲରେ ଧୂଆଁ ଭର୍ତ୍ତି ହୋଇ ଯିବାରୁ ନିଜକୁ ବଞ୍ଚାଇବା ପାଇଁ ସେଠାରେ କାର୍ଯ୍ୟରତ ୨ ଜଣ ନର୍ସ ଏକ କୋଠରୀ ଭିତରକୁ ପଳାଇ ଯାଇଥିଲେ ତେବେ ଅତ୍ୟଧିକ ଧୂଆଁ ଯୋଗୁ ଅଣନିଶ୍ୱାସୀ ହୋଇ ଉଭୟଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ଅନ୍ୟ ପକ୍ଷରେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!