32

୨୪ ଘଣ୍ଟାରେ ୧୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର୨/୫ : ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ୧୪ ଜଣ ଅଦୃଶ୍ୟ ଭାଇରସରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ରାୟଗଡ଼ା ଜିଲ୍ଲାରୁ ସର୍ବାଧିକ ୪ ଜଣ, କେନ୍ଦୁଝରରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଭଦ୍ରକ, ବଲାଙ୍ଗିର, ବୌଦ୍ଧ, ଦେବଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ଼ରୁ ମଧ୍ୟ ଜଣେ ଲେଖାଏଁ ଜୀବନ ହାରିଛନ୍ତି । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୬୮କୁ ବୃଦ୍ଧି ପାଇଛି । ସେପଟେ ରାଜ୍ୟରେ ଆଜି ପୁଣି ୮ହଜାର ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।  ଗତକାଲି ୧୦ ହଜାର ୪୧୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଆଠ ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୨୭୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼- ୭୩୫, ଅନୁଗୁଳ- ୫୨୫, କଟକ- ୪୮୨ ସମ୍ବଲପୁର- ୪୪୧, ବରଗଡ଼- ୩୯୦, ଝାରସୁଗୁଡ଼ା- ୩୮୬ ନବରଙ୍ଗପୁର- ୩୨୦, ପୁରୀ- ୩୦୬, ନୂଆପଡ଼ା- ୨୬୪, ଷ୍ଟେଟ୍ ପୁଲ୍- ୨୩୬, ସୁବର୍ଣ୍ଣପୁର- ୨୦୭, ମୟୂରଭଞ୍ଜ- ୧୯୯ ବଲାଙ୍ଗିର- ୧୯୮, ଯାଜପୁର- ୧୯୪, ନୟାଗଡ଼- ୧୮୭, କଳାହାଣ୍ଡି- ୧୭୪, ଗଞ୍ଜାମ- ୧୬୯, ରାୟଗଡ଼ା- ୧୫୪ କଳାହାଣ୍ଡି- ୧୭୪, ଗଞ୍ଜାମ- ୧୬୯, ରାୟଗଡ଼ା- ୧୫୪, କଳାହାଣ୍ଡି- ୧୭୪, ଗଞ୍ଜାମ- ୧୬୯, ରାୟଗଡ଼ା- ୧୫୪, ଜଗତସିଂହପୁର- ୧୪୯, ଭଦ୍ରକ- ୧୪୫, କୋରାପୁଟ- ୧୨୭, ଗଜପତି- ୧୨୦, ବୌଦ୍ଧ- ୧୦୩, ଦେବଗଡ଼- ୧୦୧, ବାଲେଶ୍ୱର- ୧୦୦, ଢେଙ୍କାନାଳ- ୮୬, କେନ୍ଦୁଝର- ୭୫ କେନ୍ଦ୍ରାପଡ଼ା- ୭୦, କନ୍ଧମାଳ- ୬୧, ମାଲକାନଗିରିରୁ ୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!